ଆଲଗୋରିଦମ(Algorithm)ର ଉପଯୋଗ ଆଜି ବହୁ ଟେକ୍ନୋଲୋଜି କ୍ଷେତ୍ରରେ ବ୍ୟବହୃତ ହେଉଛି । ଏହାକୁ ପ୍ରୋଗ୍ରାମିଙ୍ଗ ପୂର୍ବରୁ ବ୍ୟବହାର କରାଯାଏ । ଯାହା ଫଳରେ ଭଲ ଏବଂ ସଠିକ୍ ପ୍ରୋଗ୍ରାମ ତିଆରି କରାଯାଇପାରିବ । ଆଲଗୋରିଦମକୁ କୌଣସି ପ୍ରକାରର ସମସ୍ୟାକୁ ସମାଧାନ କରିବାରେ ବ୍ୟବହାର କରାଯାଏ । ଏହା ସମସ୍ୟାକୁ ବିଭିନ୍ନ ଷ୍ଟେପରେ ସମାଧାନ କରିଥାଏ ।
ଉଦାହରଣ ସ୍ୱରୂପ ଆପଣ କାହାକୁ କଲ୍ କରିବାକୁ ଚାହୁଛନ୍ତି । ଫୋନ୍ କରିବା ଏକ ସମସ୍ୟା ଅଟେ, କାରଣ ଏହାଦ୍ବାରା ଆପଣ କିଛି କାମ କରିବେ । ଏକ ସାମାନ୍ୟ କାମ କରିବାକୁ ମଧ୍ୟ କିଛି ପ୍ରକ୍ରିୟା(Process) କରିବାକୁ ପଡ଼ିବ । ସର୍ବପ୍ରଥମେ ଆପଣଙ୍କ ଫୋନ୍ ଅନ୍ ଅଛି ନା ନାହିଁ ଦେଖିବା । ଦ୍ଵିତୀୟ ଷ୍ଟେପ ସେହି ବ୍ୟକ୍ତିଙ୍କ ନମ୍ୱର୍ ଡାୟଲ୍ କରିବା । ତୃତୀୟ ଷ୍ଟେପ୍ ସେହି ବ୍ୟକ୍ତିର ଫୋନ୍ ରିଂ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବା । ଚତୁର୍ଥ ଷ୍ଟେପରେ ଯଦି ସେହି ବ୍ୟକ୍ତି ଆପଣଙ୍କ କଲକୁ ରିସିଭ୍ କରୁଛି ତେବେ ଆପଣ କଥା ହୋଇପାରିବେ । ବନ୍ଧୁଗଣ ଆପଣ ବୁଝିପାରୁଥିବେ ଯେ କଲ୍ କରିବା ପରି ଏହି ଛୋଟ କାମ ପାଇଁ ମଧ୍ୟ ଏହି ଚାରୋଟି ଷ୍ଟେପ ଅନିର୍ବଜ୍ୟ ଅଟେ । ଆପଣ ଏହି ଷ୍ଟେପ ମଧ୍ୟରୁ କୌଣସି ଷ୍ଟେପକୁ ଛାଡିପାରିବେ ନାହିଁ କିମ୍ବା ପରିବର୍ତ୍ତନ କରିପାରିବେ ନାହିଁ । ଯଦି କୌଣସି ଷ୍ଟେପକୁ ପରିବର୍ତ୍ତନ କାରାଯାଏ ତେବେ କର୍ଯ୍ୟଟି କରିବା ସମ୍ଭବପର ନୁହଁ ଅର୍ଥାତ୍ ଆପଣ ସେହି ବ୍ୟକ୍ତିସହ ଫୋନରେ କଥା ହୋଇପାରିବେ ନାହିଁ । ସେହିପରି ପ୍ରତେକ ସମସ୍ୟାର ସମାଧାନକୁ ଏହିପରି ଷ୍ଟେପରେ କଲେ ସମାଧାନଟି ଠିକ୍ ରୂପରେ ହୋଇପାରିବ । ଏହିପରି ଷ୍ଟେପ ସମୂହକୁ ଆଲଗୋରିଦମ (Algorithm) କୁହାଯାଏ ।
ଆଲଗୋରିଦମ(Algorithm)ର ଲକ୍ଷଣ ବା ବିଶେଷତା କ’ଣ ?
ଆଲଗୋରିଦମର ବହୁ ଆବଶ୍ୟକତା ଏବଂ ବିଶେଷତା ରହିଥାଏ, ଯାହା ଏହାକୁ ପରିପୂର୍ଣ୍ଣ କରିଥାଏ ।
- ଫାଇନାଇଟନେସ୍ (Finiteness): ଆଲଗୋରିଦମ ଯେତେ ସରଳ ଏବଂ କମ୍ ଷ୍ଟେପରେ ସମ୍ପୂର୍ଣ୍ଣ ହେବ ତାହା ସେତେ ଉନ୍ନତ ଏବଂ ସହଜ ହୋଇଥାଏ ।
- ସଠିକ୍ ବ୍ୟାଖ୍ୟା(Precisely Defined) : ଆଲଗୋରିଦମର ପ୍ରତେକ ଷ୍ଟେପ ବହୁତ ସରଳ ବା ସହଜ ହୋଇଥାଏ । ଯାହା ସମସ୍ତଙ୍କୁ ପଢ଼ିବା ଏବଂ ବୁଝିବା ପାଇଁ ସହଜ ହୋଇଥାଏ ।
- ଇନପୁଟ(Input) : ଏକ ଭଲ ଆଲଗୋରିଦମ ସଠିକ୍ ଇନପୁଟ ଦେଇଥାଏ ।
- ଆଉଟପୁଟ(output) : ଏହା ଇନପୁଟ ଉପରେ ନିର୍ଭର କରିଥାଏ । ଯେତେ ଭଲ ଇନପୁଟ ଥାଏ ଆଲଗୋରୀଦମରେ ସେତେ ଭଲ ଆଉଟପୁଟ ଆସିଥାଏ ।
- ଫଳପ୍ରଦତା(Effectiveness): ଆଲଗୋରୀଦମ୍ ସବୁବେଳେ ସମସ୍ୟାର ସମାଧାନ କରିପାରୁଥିବା ଆବଶ୍ୟକ ଅର୍ଥାତ୍ ଏହାର କାର୍ଯ୍ୟକାରିତା ଲାଭଦାୟକ ହୋଇଥାଏ ।
- ସ୍ପଷ୍ଟ(Unambiguous): ଆଲଗୋରୀଦମ୍ ସଠିକ୍ ଏବଂ ସ୍ପଷ୍ଟ ହେବ ଜରୁରୀ ଅଟେ । ଯେଉଁଥିରେ ପ୍ରତେକ ଷ୍ଟେପର ଅର୍ଥ ଯଥାର୍ଥ ହେବା ଆବଶ୍ୟକ ।
ଆଲଗୋରିଦମ(Algorithm)ର ଉପଯୋଗ ବା ବ୍ୟବହାର:
ଆଲଗୋରିଦମ(Algorithm)ର ପ୍ରୟୋଗ ଆଜିକାଲି ପ୍ରତି କ୍ଷେତ୍ରରେ ବ୍ୟବହାର କରାଯାଏ ଅର୍ଥାତ୍ ସବୁପ୍ରକାରର ସମସ୍ୟାକୁ ଠିକ୍ ଭାବରେ ସମାଧାନ ପାଇଁ ଏହାକୁ ବ୍ୟବହାର କରାଯାଏ । ଏହା ମୁଖ୍ୟତଃ ବିଭିନ୍ନ କମ୍ପାନୀ, ଇଣ୍ଡଷ୍ଟ୍ରି ଏବଂ ପ୍ରୋଗ୍ରାମିଙ୍ଗରେ ବହୁଳ ବ୍ୟବହାର କରାଯାଏ ।
- ଗାଣିତିକ ସମସ୍ୟାର ସମାଧାନ ପାଇଁ ଏକ ଉନ୍ନତ ଆଲଗୋରୀଦମର ବ୍ୟବହାର କରାଯାଏ । ଯେପରି 0 ଠାରୁ 1 ବଡ଼ ହୋଇଥାଏ ଅର୍ଥାତ୍ ‘+’ ଏବଂ ଛୋଟ ସଂଖ୍ୟା ହୋଇଥାଏ ତେବେ ‘-‘ ହୋଇଥାଏ ।
- ଗୁଗଲ(Google), ଆପଲ୍(Apple), ଫେସବୁକ୍(Facebook) ପରି କମ୍ପାନୀମାନଙ୍କରେ ଆଲଗୋରୀଦମର ଅଧିକ ବ୍ୟବହାର କରାଯାଏ ।
- କମ୍ପ୍ୟୁଟର ବିଜ୍ଞାନୀ(Computer scientist) ଏବଂ ସଫ୍ଟୱେର ଇଞ୍ଜିନିୟର(Software Engineer) ଏହାର ବ୍ୟବହାର କରିଥାନ୍ତି। ଏହାଦ୍ବାରା କମ୍ ସମୟରେ ସଠିକ୍ କାର୍ଯ୍ୟ ହୋଇଥାଏ ।
- ସ୍ପେଶ୍ ରିସର୍ଚ୍ଚ(Space Research), ରୋବୋଟିକ(Robotics), ଆର୍ଟିଫିସିଆଲ ଇଣ୍ଟେଲିଜେନସ(Artificial Intelligence) ଭଳି ବଡ଼ ବଡ଼ କ୍ଷେତ୍ରରେ ଏହାର ବ୍ୟବହାର କରାଯାଏ ।
- ପ୍ରୋଗ୍ରାମିଙ୍ଗ(Programming) ଲେଖିବା ପୂର୍ବରୁ ଏହାକୁ ବ୍ୟବହାର କରାଯାଏ । ଯଦି ଆପଣ କମ୍ପ୍ୟୁଟର ସାଇନ୍ସ , ବି.ସି.ଏ ବା ଆଇ.ଟି କ୍ଷେତ୍ରରେ ପାଠ ପଢୁଥିବେ ତେବେ ଏହାର ଆବଶ୍ୟକତା ବିଷୟରେ ନିଶ୍ଚିତ ଜାଣିଥିବେ ।
- ସୁଡୋ କୋଡ଼(Sudo code) ଲେଖିବା ପାଇଁ ମଧ୍ୟ ଏହାର ଆବଶ୍ୟକତା ହୋଇଥାଏ । ନଚେତ୍ ଏହା ଭୂଲ୍ ହେବାର ସମ୍ଭାବନା ଅଧିକ ଥାଏ ଏବଂ ଆପଣଙ୍କୁ ବାରମ୍ବାର ଲେଖିବାକୁ ପଡ଼ିବ ।
ଆଲଗୋରିଦମ(Algorithm)ର ଉପକାରିତା:
- ଏହା ଦ୍ଵାରା କୌଣସି ପ୍ରକାରର ସମସ୍ୟାକୁ ସମାଧାନ କରିବା ସହଜ ହୋଇଥାଏ ।
- ଏହା କୌଣସି ପ୍ରୋଗ୍ରାମିଙ୍ଗ ଲାଙ୍ଗୁଏଜ୍ ଉପରେ ନିର୍ଭର କରିନଥାଏ । ବିନା ପ୍ରୋଗ୍ରାମିଙ୍ଗ ଲାଙ୍ଗୁଏଜରେ ଏହାକୁ ବ୍ୟବହାର ଏବଂ ବୁଝିପାରିବେ ।
- ଏହାର ସ୍ଵତନ୍ତ୍ର ଯୁକ୍ତିଯୁକ୍ତ ପ୍ରକ୍ରିୟା ଥାଏ ଏବଂ ଏହା ସମସ୍ୟା ସମାଧାନର ସାହାର୍ଯ୍ୟ କରିଥାଏ ।
- ଏହାକୁ ଫ୍ଲୋ ଚାର୍ଟ(Flow chart)ରେ ପରିଣତ କରି ପରେ ଏହାକୁ ପ୍ରୋଗ୍ରାମିଙ୍ଗ ଲଙ୍ଗୁଏଜେରେ ପରିବର୍ତ୍ତନ କରିପାରିବେ ।
- ଆର୍ଟିଫିସିଆଲ ଇଣ୍ଟେଲିଜେନସ(Artificial Intelligence) ପରି ଆଧୁନିକ ଜ୍ଞାନକୌଶଳ ପାଇଁ ଏହାର ବହୁଳ ବ୍ୟବହାର ହୋଇଥାଏ । ଏହା ପୂର୍ବରୁ ମଶିନ ଲର୍ଣିଂ(Machine learning)ରେ ଏହାର ବ୍ୟବହାର କରାଯାଉଥିଲା ।
ଦିନକୁ ଦିନ ନୂଆ ନୂଆ ଟେକ୍ନୋଲୋଜିର ବ୍ୟବହାର ହେଉଛି । ଏହାକୁ ସଠିକ୍ ଏବଂ କମ୍ ସମୟରେ ପ୍ରସ୍ତୁତ ପାଇଁ ଏହାର ବ୍ୟବହାର ବୃଦ୍ଧି ହେଉଛି ।