ଯଦି ଆମେ ବାରମ୍ବାର ରୋଗର ଶିକାର ହେଉ, ତେବେ ଡାକ୍ତର କୁହନ୍ତି ଯେ ଆପଣଙ୍କର ରୋଗପ୍ରତିଷେଧକ ଶକ୍ତି(Immunity power) କମ ଅଛି ତେଣୁ ଆପଣ ବାରମ୍ବାର ରୋଗଗ୍ରସ୍ତ ହେଉଛନ୍ତି ଏବଂ ଏଥିପାଇଁ ବହୁତ କିଛି ଔଷଧ ଖାଇବାକୁ ପଡିଥାଏ | ଛୋଟ ରୋଗଠାରୁ ଆରମ୍ଭ କରି ବର୍ତ୍ତମାନର କୋରୋନା ପାଇଁ ମଧ୍ୟ ରୋଗପ୍ରତିଷେଧକ ଶକ୍ତି କାମରେ ଆସିଥାଏ । ଆସନ୍ତୁ ଜାଣିବା ରୋଗପ୍ରତିଷେଧକ ଶକ୍ତିକୁ କିପରି ବୃଦ୍ଧି କରିବା ।
ରୋଗପ୍ରତିଷେଧକ ଶକ୍ତି(Immunity power) କଣ ?
ଏହାକୁ ଆମ ଶରୀରର ପ୍ରତିରକ୍ଷା ପ୍ରଣାଳୀ କୁହାଯାଏ । ଏହା ଅର୍ଗାନ୍ ସେଲ୍ ଓ ଅନେକ ରାସାୟନିକ ପଦାର୍ଥ ଦ୍ଵାରା ତିଆରି ହୋଇଥାଏ । ଯାହା ଶରୀରକୁ ଆସୁଥିବା ମାଇକ୍ରୋବସର ସଂକ୍ରମଣରୁ ରକ୍ଷା କରିଥାଏ । ଯଦି ଏହା ଦୁର୍ବଳ ଥାଏ ତେବେ ଏହା ରୋଗରୁ ରକ୍ଷାକରିପାରି ନଥାଏ । ତେଣୁ ଏହି ପ୍ରତିରକ୍ଷା ପ୍ରଣାଳୀକୁ ବୃଦ୍ଧି କରିବା ଆବଶ୍ୟକ । ଏହା ଦ୍ବାରା ଆମ ଶରୀର ସୁସ୍ଥ ଓ ସୁଦୃଢ଼ ରହିଥାଏ ।
ଏହା ଶ୍ବେତରକ୍ତ କଣିକା (White Blood Cell), ଆଣ୍ଟିବଡ଼ି(Antibody), କମ୍ପ୍ଲିମେଣ୍ଟସିଷ୍ଟମ (Complement System), ସିନ୍ଥେଟିକ୍ ସିଷ୍ଟମ୍ (Synthetic System), ସ୍ପ୍ଲେନ୍ (Spleen), ଥାଇମସ(Thymus), ଅସ୍ଥି ମଜ୍ଜ(Bone marrow) ଦ୍ୱାରା ସୃଷ୍ଟିହୋଇଥାଏ । ଏହି ସବୁ ମିଶି କ୍ଷତିକାରକ ମାଇକ୍ରୋବସ(Microbes) ବା ଜୀବାଣୁ ଓ ଭୁତାଣୁକୁ ଆମ ଶରୀରକୁ ସଂକ୍ରମଣରୁ ରକ୍ଷା କରିଥାଏ ।
କିପରି ରୋଗପ୍ରତିଷେଧକ ଶକ୍ତି(Immunity power)କୁ ବୃଦ୍ଧି କରିବା:
- ଶାନ୍ତ ଏବଂ ସମ୍ପୂର୍ଣ୍ଣ ନିଦ୍ରା ନିଅନ୍ତୁ : ଭଲ ବା ସମ୍ପୂର୍ଣ୍ଣ ନିଦ୍ରା ଶରୀରରେ ରୋଗପ୍ରତିଷେଧକ ଶକ୍ତିକୁ ବୃଦ୍ଧି କରିବା ପାଇଁ ସାହାର୍ଯ୍ୟ କରିଥାଏ । ଭଲ ନିଦ୍ରା ଦ୍ଵାରା ଶରୀରରେ ଟି-ସେଲ୍(T-Cell) ତିଆରି ହୋଇଥାଏ । ଯାହା ଶରୀରର ପ୍ରତିରକ୍ଷା ପ୍ରଣାଳୀର ଏକ ଅଂଶ ଅଟେ । ତେଣୁ ଦିନକୁ 7 ରୁ 8 ଘଣ୍ଟା ଶୋଇବା ଆବଶ୍ୟକ |
- ଚିନ୍ତା ବା ମାନସିକ ଚାପରୁ ଦୁରେଇରୁହନ୍ତୁ : ଚିନ୍ତା ବା ମାନସିକ ଚାପ(Stress) ଦ୍ଵାରା କିଛି ଫାଇଦା ହୋଇନଥାଏ କିନ୍ତୁ ଏହାଦ୍ଵାରା ରୋଗପ୍ରତିଷେଧକ ଶକ୍ତି ଉପରେ ବିଶେଷ ପ୍ରଭାବ ପଡିଥାଏ | ଏହାଦ୍ଵାରା ବାହାରୁ ଆସୁଥିବା କ୍ଷତିକାରକ ମାଇକ୍ରୋବସ(Microbes)କୁ ଆମ ଶରୀରର ରୋଗପ୍ରତିଷେଧକ ଶକ୍ତି ଠିକ ଭାବରେ ପ୍ରତିରୋଧ କରିପାରେ ନାହିଁ | ତେଣୁ ମାନସିକଚାପରୁ ମୁକ୍ତି ପାଇବା ପାଇଁ ନିଜର ନିତ୍ୟକର୍ମରେ ଯୋଗ ବା ବ୍ୟାୟାମକୁ ସାମିଲ କରନ୍ତୁ | ଏହା ରୋଗପ୍ରତିଷେଧକ ଶକ୍ତି ବୃଦ୍ଧି କରିବା ସହିତ ଶରୀରକୁ ଫୁର୍ତ୍ତି ଓ ଚିନ୍ତାମୁକ୍ତ ରଖିଥାଏ |
- ପ୍ରଚୁର ପାଣି ପିଅନ୍ତୁ : ଶରୀରକୁ ସୁସ୍ଥ ରଖିବା ପାଇଁ ପ୍ରଚୁର ମାତ୍ରାରେ ପାଣି ପିଇବା ଆବଶ୍ୟକ । କାହିକିଁ ନା ପାଣି ଅମ୍ଳଜାନକୁ ଶରୀରର ପ୍ରତେକ କୋଶକୁ ପହଞ୍ଚାଇବାରେ ସାହାର୍ଯ୍ୟ କରିଥାଏ। ଯଦ୍ୱାରା ଶରୀରର ପ୍ରତ୍ୟେକ ଅଂଶ ଠିକ୍ ଭାବରେ କାମ କରିଥାଏ । ପାଣି ଶରୀରରୁ ବିଷାକ୍ତ ବା ହାନିକାରକ ପଦାର୍ଥକୁ ବାହାର କରିଥାଏ । ଏହିପରି ଶରୀରକୁ ରକ୍ଷା କରିବା ସହ ଶରୀରର ପ୍ରତିରକ୍ଷା ପ୍ରଣାଳୀକୁ ନକାରାତ୍ମକ ପ୍ରଭାବରୁ ରକ୍ଷା କରିଥାଏ । ଶରୀରରେ ପାଣିର ମାତ୍ରା କମିଗଲେ ମୁଣ୍ଡବ୍ୟଥା, ଚିଡଚିଡା(Irritable), ଅଜୀର୍ଣ୍ଣ(Indigestion) ଭଳି ବହୁ ସମସ୍ୟା ହୋଇଥାଏ । ଏଥିପାଇଁ ପ୍ରତିଦିନ ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଇବା ଆବଶ୍ୟକ ।
- ସବୁଜ ପନିପରିବା ଏବଂ ଫଳ ଖାଆନ୍ତୁ : ପନିପରିବା ଖାଦ୍ୟରେ ସାମିଲ କରନ୍ତୁ । ଏହା ରୋଗପ୍ରତିଷେଧକ ଶକ୍ତିକୁ ବୃଦ୍ଧିରେ ସାହାର୍ଯ୍ୟ କରିଥାଏ । ଖାଦ୍ୟରେ ବିଭିନ୍ନ ପନିପାରିବା, ଫଳ, ବିଭିନ କୋଳି ଓ ଚଣାଜାତୀୟ ଖାଦ୍ୟ ଇତ୍ୟାଦି ଖାଇବା ଆବଶ୍ୟକ | ଏଥିରେ ପ୍ରଚୁର ମାତ୍ରାରେ ପୋଷକତତ୍ତ୍ୱ ଓ ଆଣ୍ଟିଅକ୍ସିଡାଣ୍ଟର ମାତ୍ର ଅଧିକ ଥାଏ | ଏଥିରେ ଥିବା ଫାଇବର(Fibre) ଶରୀର ପାଇଁ ହିତକର ହୋଇଥାଏ | ଏହା ସହ ଅଦା ଏବଂ ରସୁଣକୁ ଖାଦ୍ୟରେ ସାମିଲ କରିବା ଆବଶ୍ୟକ | ଅଦାରେ ଆଣ୍ଟି-ଇନଫ୍ଲାମେଟୋରୀ(Antiinflammatory)ଏବଂ ରସୁଣରେ ବ୍ୟାକ୍ଟେରିଆ ଲଢ଼ିବାର ଶକ୍ତିଥାଏ | ଯାହା ରୋଗପ୍ରତିଷେଧକ ଶକ୍ତିବୃଦ୍ଧି କରିବାରେ ସାହାର୍ଯ୍ୟ କରିଥାଏ |
- ଭିଟାମିନ ଯୁକ୍ତ ଖାଦ୍ୟ ଖାଆନ୍ତୁ : ଭିଟାମିନ-ସି, ଭିଟାମିନ-ବି6 ଏବଂ ଶରୀରର ରୋଗପ୍ରତିଷେଧକ ଶକ୍ତିକୁ ବୃଦ୍ଧି କରିଥାଏ | ଭିଟାମିନ-ସିର ରୋଗପ୍ରତିଷେଧକ ଶକ୍ତି ବୃଦ୍ଧିରେ ମୁଖ୍ୟ ଭୂମିକା ଥାଏ | କମଳା, ଲେମ୍ଭୁ, ଷ୍ଟ୍ରବେରୀ, ଅମୃତଭଣ୍ଡା, ବ୍ରୋକୋଲି ଆଦି ଖାଦ୍ୟରେ ଭିଟାମିନ-ସିର ମାତ୍ରା ଅଧିକ ଥାଏ | ଭିଟାମିନ-ବି6 ପ୍ରଣାଳୀରେ ରାସାୟନିକ ପ୍ରତିକ୍ରିୟାରେ ସାହାର୍ଯ୍ୟ କରିଥାଏ | ଭିଟାମିନ-ବି6 ଯୁକ୍ତ ଖାଦ୍ୟ ଯେପରି ଦେଶୀଆଳୁ, କଦଳୀ ଆଦି ଖାଇପାରିବେ | ଯଦି ଆମିଷ ଖାଉଛନ୍ତି ତେବେ ସାଲମନ (Salmon) ଏବଂ ଚୁନା ମାଛ (Tuna Fish) ଖାଇପାରିବେ | ଭିଟାମିନ-ଇ ଆଣ୍ଟି-ଅକ୍ସଇଡେଣ୍ଟ(Anti-oxidant) ହୋଇଥାଏ | ଯିଏ ଶରୀରକୁ ସଂକ୍ରମଣରୁ ରକ୍ଷା କରିଥାଏ | ଭିଟାମିନ-ଇ ଯୁକ୍ତ ଖାଦ୍ୟ ଯେପରି କୋଳି ଏବଂ ଚଣାଜାତୀୟ ଖାଦ୍ୟ ଖାଇବା ଆବଶ୍ୟକ |
- କୋମଳ ସୂର୍ଯ୍ୟକିରଣରେ ରହିବା ଆବଶ୍ୟକ : ପ୍ରତ୍ୟକ୍ଷ ସୂର୍ଯ୍ୟ କିରଣ ଶରୀରକୁ କ୍ଷତି ପହଞ୍ଚାଇପାରେ କିନ୍ତୁ ଅଳ୍ପ କିରଣ ଆମ ଶରୀରକୁ ଲାଭ ଦାୟକ ହୋଇଥାଏ | କୋମଳ ସୂର୍ଯ୍ୟ କିରଣରେ ରହିବା ଫଳରେ ଆମ ଶରୀରରେ ଭିଟାମିନ ଡି ସୃଷ୍ଟି ହୋଇଥାଏ | ଏହା ଅଣ୍ଟିବଡି ତିଆରିକରିଥାଏ ଯାହା ଶରୀରର ରୋଗପ୍ରତିଷେଧକ ଶକ୍ତିର ଏକ ଅଂଶ ଅଟେ | ତେଣୁ ରୋଗପ୍ରତିଷେଧକ ଶକ୍ତିର ବୃଦ୍ଧି ପାଇଁ ସକାଳର କୋମଳ ସୂର୍ଯ୍ୟକିରଣରେ ରହିବ ଆବଶ୍ୟକ |
- ଯୋଗ ବା ବ୍ୟାୟାମ କରିବା ଆବଶ୍ୟକ : ସୁସ୍ଥ ରହିବା ପାଇଁ ରୋଗ ପ୍ରତିଷେଧକ ଶକ୍ତିର ଆବଶ୍ୟକ ରହିଅଛି । ଯୋଗ ଏବଂ ବ୍ୟାୟାମ କରି ମଧ୍ୟ ରୋଗ ପ୍ରତିଷେଧକ ଶକ୍ତିକୁ ବୃଦ୍ଧି କରିପାରିବେ । କୌଣସି ଶାରୀରିକ ପରିଶ୍ରମ ମଧ୍ୟ କରିପାରିବେ । ଏହା ଦ୍ବାରା ଶ୍ବେତରକ୍ତ କଣିକା(White Blood Cell) ସକ୍ରିୟ ହୋଇଥାଏ ଏବଂ ଶରୀରର ରୋଗ ପ୍ରତିଷେଧକ ଶକ୍ତିକୁ ବୃଦ୍ଧି କରିଥାଏ । ଏଥିପାଇଁ ପ୍ରତିଦିନ ଯୋଗ ଵା ବ୍ୟାୟାମ(Exercise) କରିବା ଆବଶ୍ୟକ ।
- ଧୁମ୍ରପାନ ତ୍ୟାଗକରିବା ଆବଶ୍ୟକ : ଯଦି ଆପଣ ଧୁମ୍ରପାନରେ ଅଭ୍ୟସ୍ତ ତେବେ ଆପଣଙ୍କୁ ସମ୍ପୂର୍ଣ୍ଣ ଛାଡ଼ିବାକୁ ପଡ଼ିବ । ଏହି ଅଭ୍ୟାସ ଶରୀରକୁ ନକାରାତ୍ମକ ପ୍ରଭାବ ପକାଇ ଥାଏ । ଏହା ଶରୀରର ପ୍ରତିରକ୍ଷା ପ୍ରଣାଳୀକୁ ଦୁର୍ବଳ କରିଦିଏ ।
- ମଦ୍ୟପାନଙ୍କୁ ନିୟନ୍ତ୍ରଣ କରିବା ଆବଶ୍ୟକ : ଅଧିକ ମଦ୍ୟପାନ ଶରୀରକୁ କ୍ଷତିକାରକ ଅଟେ । ଏହା ଶରୀରର ପ୍ରତିରକ୍ଷା ପ୍ରଣାଳୀକୁ ନଷ୍ଟ କରିଦେଇଥାଏ । ତେଣୁ ଏହାକୁ ନିୟନ୍ତ୍ରଣ କରିବା ଆବଶ୍ୟକ ।
- ସଫାସୁତୁରା ରହିବ ଆବଶ୍ୟକ : ଏହା ପ୍ରତ୍ୟକ୍ଷ ଭାବରେ ପ୍ରଭାବ ନ ପକାଇଲେ ମଧ୍ୟ ପରୋକ୍ଷ ଭାବରେ ଶରୀରର ପ୍ରତିରକ୍ଷା ପ୍ରଣାଳୀକୁ ପ୍ରଭାବ ପକାଇଥାଏ । ତେଣୁ ନିଜକୁ ସଫା ସୁତୁରା ରଖିବା ସହ ନିଜର ପରିବେଶକୁ ସଫା ରଖିବା ନିତାନ୍ତ ଜରୁରୀ ଅଟେ । ନିଜର ହାତକୁ ଠିକ୍ ଭାବରେ ଧୋଇବା ଆବଶ୍ୟକ । ଏହା ଦ୍ୱାରା କୌଣସିି ବି କ୍ଷତିକାରକ ପଦାର୍ଥ ବା ମାଇକ୍ରୋବସ୍ ଶରୀର ଭିତରକୁ ପ୍ରବେଶ କରିପାରି ନଥାନ୍ତି ଏବଂ ରୋଗ ପ୍ରତିଷେଧକ ଶକ୍ତି ଉପରେ ପ୍ରଭାବ ପକାଇ ପାରନ୍ତି ନାହିଁ ।