ଜାଣନ୍ତୁ ଡିଜିଟାଲ ମାର୍କେଟିଙ୍ଗ(Digital Marketing) ଦ୍ୱାରା କିପରି ବ୍ୟବସାୟ ବୃଦ୍ଧିକରିପାରିବେ ?

Digital Marketing, How can increase business with Digital Marketing, digital marketing, digital marketing agency, digital marketing course, digital marketing training, digital marketing institute, digital marketing company, online marketing, KnowledgeOdia, Education
ଦୁନିଆରେ କୋଟି କୋଟି ଲୋକ ଇଣ୍ଟରନେଟ(Internet)ର ବ୍ୟବହାର କରୁଛନ୍ତି | ବର୍ତମାନ ଏହାଦ୍ୱାରା ଜିନିଷ କିଣିବା ଏବଂ ବିକ୍ରୀକରିବା ମଧ୍ୟ ହେଉଛି | ପୂର୍ବଭଳି ଲୋକମାନେ ବାହାରକୁ ଯାଇ ଜିନିଷ  କିଣିବାକୁ ପସନ୍ଦ କରୁନାହାନ୍ତି | କାରଣ ଆପଣଙ୍କୁ ଇଣ୍ଟରନେଟରେ ବିଭିନ୍ନ ପ୍ରକାରର ଜିନିଷ ମିଳିଯାଇଛି । ଯଦି ଆପଣ ବାହାରକୁ ଯାଉଛନ୍ତି ତେବେ ଆପଣଙ୍କୁ ଗୋଟିଏ ଦୋକାନରେ ବିଭିନ୍ନ ଭେରାଇଟି ବା ବିଭିନ୍ନ ବ୍ରାଣ୍ଡର ଜିନିଷ ମିଳିପାରେ ନାହିଁ ଏବଂ ଆପଣଙ୍କୁ ବହୁତ ଦୋକାନ ଖୋଜିବାକୁ ପଡ଼ିବ । ଏହା ଦ୍ଵାରା ଆପଣ ସମୟ ମଧ୍ୟ ନଷ୍ଟ ହୋଇଥାଏ । ଇଣ୍ଟରନେଟରେ ଆପଣଙ୍କୁ ଛୋଟ ଛୋଟ ଜିନିଷ ଠାରୁ ଆରମ୍ଭ କରି ବଡ଼ବଡ଼ ଇଲେକ୍ଟ୍ରୋନିକ ଜିନିଷ ମଧ୍ୟ ମିଳିଥାଏ । ଏବଂ ଏହା ଦ୍ଵାରା ବିଭିନ୍ନ ପ୍ରକାର ଜିନିଷ ସହିତ କମ୍ ଦାମରେ ମିଳିଯାଏ । ଏହା ଦ୍ଵାରା ଖୋଲା ବଜାରରେ ଦୋକାନ କରିଥିବା ଲୋକମାନେ ବହୁ କ୍ଷତି ସହିବାକୁ ପଡୁଛି | ଡିଜିଟାଲ ମାର୍କେଟିଙ୍ଗ(Digital Marketing) ଦ୍ଵାରା ଆପଣ ଆପଣଙ୍କ ବ୍ୟବସାୟକୁ ବହୁ ଗୁଣରେ ବୃଦ୍ଧି କରିପାରିବେ । 

ଡିଜିଟାଲ ମାର୍କେଟିଙ୍ଗ(Digital Marketing) କ’ଣ ?

ଡିଜିଟାଲ ମାର୍କେଟିଙ୍ଗ(Digital Marketing) ହେଉଛି ଇଣ୍ଟରନେଟ୍ ଏବଂ କମ୍ପ୍ୟୁଟର ଦ୍ଵାରା କରାଯାଉଥିବା ମାର୍କେଟିଙ୍ଗ । ଏହା ଦ୍ଵାରା କୌଣସି ବି କମ୍ପାନୀ ନିଜର ପ୍ରଡକ୍ଟକୁ ବିକ୍ରି କରିପାରିବ ଓ କମ୍ ସମୟରେ ଅଧିକ ଲାଭ ଉଠାଇପରିବ । ଏହା ଦ୍ଵାରା ନିଜର ନିର୍ଦ୍ଧିଷ୍ଟ କଷ୍ଟମର ପାଖକୁ ପହଞ୍ଚିପରିବ । ଏହାକୁ ଅନଲାଇନ୍ ମାର୍କେଟିଂ ମଧ୍ୟ କୁହାଯାଏ | ଯେବେ କୌଣସି କମ୍ପାନୀ ନୂଆ ଉତ୍ପାଦକ ବାହାର କରିଥାଏ ସେତେବେଳେ ତାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ବିଜ୍ଞାପନ ଦେଇଥାଏ | ମାର୍କେଟିଙ୍ଗ ଅର୍ଥାତ୍ ଠିକ୍ ଟାଇମ୍ ଏବଂ ଠିକ୍ ସ୍ଥାନରେ ନିଜ ଗ୍ରାହକ ସହ ସମ୍ପର୍କ କରିବା । ବର୍ତ୍ତମାନ ଅଧିକାଂଶ ଲୋକ ଇଣ୍ଟରନେଟ ବ୍ୟବହାର କରୁଛନ୍ତି ଏବଂ ଧୀରେ ଧୀରେ ଏହାର ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି | ଛୋଟ ବା ବଡ କମ୍ପାନୀ ନିଜର ମାର୍କେଟିଙ୍ଗ ପାଇଁ ଇଣ୍ଟରନେଟର ବ୍ୟବହାର କରିଥାଏ | କମ୍ପାନୀ ପୂର୍ବରୁ ଯେପରି ଟିଭି, ପତ୍ରିକା ଓ ବଡ ବଡ ବେନରର ବ୍ୟବହାର କରୁଥିଲା , ସେହିପରି ଡିଜିଟାଲ ମାର୍କେଟିଂରେ ମଧ୍ୟ ଏହିପରି ଭିଡ଼ିଓ, ପୋଷ୍ଟର ମାଧ୍ୟମରେ ବିଜ୍ଞାପନ କରିଥାଏ | ଇଣ୍ଟେର୍ନେଟ ଦ୍ୱାରା ମାର୍କେଟିଂରେ ଅଳ୍ପ ଖର୍ଚ୍ଚରେ ଅଧିକାଂଶ ଲୋକଙ୍କ ପାଖରେ ପହଂଚିପାରିବ | 
ଆପଣ ଯଦି ନିଜ ବ୍ୟବସାୟକୁ ଡିଜିଟାଲ ମାର୍କେଟିଂ ଦ୍ୱାରା ବୃଦ୍ଧି କରିବାକୁ ଚାହୁଁଛନ୍ତି.
If you want to grow your business with Digital Marketing.
All Details Available here..

ଡିଜିଟାଲ ମାର୍କେଟିଙ୍ଗ(Digital Marketing) ଦ୍ୱାରା କିପରି ବ୍ୟବସାୟ ବୃଦ୍ଧିକରିପାରିବେ ?

ଆପଣଙ୍କର ଛୋଟ କିମ୍ବା ବଡ ବ୍ୟବସାୟ ହୋଇଥାଉ ନ କାହିଁକି, ଏହା ଦ୍ୱାରା ଆଞ୍ଚଳିକ ଗ୍ରାହକ ସହ ଜାତୀୟ ଏବଂ ଆନ୍ତର୍ଜାତୀୟ ଗ୍ରାହକ ସହ ମଧ୍ୟ ସଂଯୋଗ କରିପାରିବେ |  
  • ୱେବସାଇଟ ବା ବ୍ଲଗିଂ(Website or blogging): ଆପଣ ନିଜର ୱେବସାଇଟ ଦ୍ୱାରା ନିଜ ଗ୍ରାହକଙ୍କ ସହ ସମ୍ପର୍କ କରିପାରିବେ | ନିଜ ୱେବସାଇଟରେ ନିଜ ଉତ୍ପାଦକ ବିଷୟରେ ଉଲେଖ କରିପାରିବେ ଏବଂ ଏହା ଦ୍ୱାରା ଆପଣ ଅନଲାଇନ ବିକ୍ରି ମଧ୍ୟ କରିପାରିବେ |
  • କଣ୍ଟେଣ୍ଟ ବା ବିଷୟବସ୍ତୁ ମାର୍କେଟିଂ(Content Marketing): ଆକର୍ଷଣୀୟ କଣ୍ଟେଣ୍ଟ ଦ୍ୱାରା ନିଜ ଗ୍ରାହକଙ୍କୁ ଆକର୍ଷିତ କରିପାରିବେ | କଣ୍ଟେଣ୍ଟରେ ନିଜ ଉତ୍ପାଦକ ବିଷୟରେ ସମ୍ପୂର୍ଣ ବିବରଣୀ ଯଥା ଏହାର ଆବଶ୍ୟକତା , ଉପକରିତା ବିଷୟରେ ଉଲେଖ କରି ଗ୍ରାହକଙ୍କୁ ଅବଗତ କରିପାରିବେ |
  • ସର୍ଚ୍ଚ ଇଞ୍ଜିନ୍ ଅପ୍ଟିମାଇଜେସନ୍ (Search Engine Optimization): ଏହା ଦ୍ୱାରା ନିଜର ୱେବସାଇଟକୁ ସର୍ଚ୍ଚ ଇଞ୍ଜିନରେ ଉପରକୁ ଉଠାଇପାରିବେ ଯଦ୍ୱାରା ଆପଣଙ୍କ ଉତ୍ପାଦକ ବିବରଣୀ ଗ୍ରାହକମାନେ ସର୍ବ ପ୍ରଥମେ ଦେଖିପାରିବେ ଏବଂ ଆପଣଙ୍କ ବିକ୍ରି ବୃଦ୍ଧି ହୋଇପାରିବେ |
  • ସୋସିଆଲ୍ ମିଡିଆ ମାର୍କେଟିଂ (Social Media Marketing): ସୋସିଆଲ୍ ମିଡିଆ ଏକ ଭଲ ମାଧ୍ୟମ ଅଟେ | କାରଣ ଅଧିକାଂଶ ଲୋକ ସୋସିଆଲ୍ ମିଡିଆରେ ହିଁ ସକ୍ରିୟ ରହିଥାନ୍ତି | ଏହା ଦ୍ୱାରା ଆପଣ ଗ୍ରାହକଙ୍କ ସହ ସମ୍ପର୍କ ରଖିପାରିବେ ଏବଂ ଗ୍ରାହକଙ୍କ ଠାରୁ ନିଜର ଉତ୍ପାଦକ ବିଷୟରେ ମତାମତ ମଧ୍ୟ ନେଇପାରିବେ | ଏଥିରେ ବିନା ଦେୟରେ ମଧ୍ୟ ଆପଣ ନିଜ ଉତ୍ପାଦକର ପ୍ରଚାର କରିପାରିବେ |
  • ଗୁଗୁଲ୍ ଆଡୱାର୍ଡ (Google Adwords): ଏହା ଗୁଗୁଲ୍ କମ୍ପାନୀର ବିଜ୍ଞାପନ ପ୍ରଣାଳୀ ଅଟେ | ଏଠାରେ ବିଜ୍ଞାପନ ଦେବାପାଇଁ ଆପଣଙ୍କୁ କିଛି ଦେୟ ଦେବାକୁ ପଡିବ | କିନ୍ତୁ ଏହା ଅନ୍ୟ ଟିଭି ବିଜ୍ଞାପନ ଠାରୁ ବହୁତ ଶସ୍ତା ରହିବ ସହ ଅଧିକ ଗ୍ରାହକଙ୍କ ସହ ଯୋଡ଼ିପାରିବେ |  
  • ଆପ୍ସ ମାର୍କେଟିଂ (App Marketing): ବର୍ତ୍ତମାନ ଅଧିକାଂଶ ବ୍ୟକ୍ତି ସ୍ମାର୍ଟଫୋନର ବ୍ୟବହାର କରିଥାନ୍ତି | ଆପ୍ସ ମାର୍କେଟିଂ ଦ୍ୱାରା ଆପଣ ବିଭିନ ଲୋକପ୍ରିୟ ଆପ୍ସରେ ନିଜର ବିଜ୍ଞାପନକୁ ଦେଇପାରିବେ | ଏବଂ ନିଜର ଆପ୍ସ ତିଆରି କରି ନିଜ ଉତ୍ପାଦକର ବିବରଣୀ ଦେଇପାରିବେ ଏବଂ ଗ୍ରାହକଙ୍କୁ ଆକର୍ଷିତ କରିପାରିବେ | 
  • ୟୁଟ୍ୟୁବ୍ ଚ୍ୟାନେଲ୍ ମାର୍କେଟିଂ(YouTube Channel Marketing): ୟୁଟ୍ୟୁବ୍ ଏକ ଲୋକପ୍ରିୟ ଭିଡ଼ିଓ ସର୍ଚ୍ଚ ଇଞ୍ଜିନ୍ ଅଟେ | ଭିଡ଼ିଓ ମଧ୍ୟ ବିଜ୍ଞାପନ ପାଇଁ ଏକ ଭଲ ମାଧ୍ୟମ, ଏହା ଦ୍ୱାରା ନିଜର ଉତ୍ପାଦକ ବିଷୟରେ ଗ୍ରାହକଙ୍କୁ ବୁଝାଇ ପାରିବେ | ଏଥିରେ ନିଜର ଏକ ସ୍ୱତନ୍ତ୍ର ଚେନେଲ ତିଆରି କରନ୍ତୁ ଏବଂ ନିଜ ଉତ୍ପାଦକର ବିବରଣୀ ଭିଡ଼ିଓକୁ ଏହାଦ୍ୱାରା ଗ୍ରାହକଙ୍କୁ ପହଞ୍ଚାଇପାରିବେ | ଏହା ବିନାଦେୟରେ କରିପାରିବେ |  
  • ଇମେଲ ମାର୍କେଟିଂ(Email marketing): ଏହା ଦ୍ୱାରା ଆପଣ ସିଧାସଳଖ ଗ୍ରାହକଙ୍କ ସହ ଯୋଡିପାରିବେ | ଇମେଲ ଦ୍ୱାରା ନିଜ ଗ୍ରାହକଙ୍କୁ ସିଧାସଳଖ ନିଜର ଉତ୍ପାଦକ ବିବରଣୀ ପଠାଇପାରିବେ ଏବଂ ଗ୍ରାହକଙ୍କୁ ଆକର୍ଷିତ କରିପାରିବେ |
 ଏହା ଦ୍ୱାରା ଆପଣଙ୍କ ବ୍ୟବସାୟ ଛୋଟ ହେଲେ ମଧ୍ୟ ଆପଣ ବିଜ୍ଞାପନ ଦେଇପାରିବେ | ଏହା ଅପାଙ୍କ ବଜେଟ ହିସାବରେ ଖର୍ଚ କରିପାରିବେ |

Leave a Reply

Your email address will not be published.

You May Also Like

ଜାଣନ୍ତୁ ନାନୋଟେକ୍ନୋଲୋଜି(Nanotechnology)ରେ କ୍ୟାରିୟର(Career) କିପରି କରିବେ |

ନାନୋଟେକ୍ନୋଲୋଜି(Nanotechnology) କ’ଣ ? ନାନୋ ଅର୍ଥାତ ଛୋଟ, ଏହିପରି ନାନୋଟେକ୍ନୋଲୋଜିରେ ଛୋଟ ଛୋଟ କଣିକା(Particles)କୁ ଉପଯୋଗ କରାଯାଏ | ନାନୋଟେକ୍ନୋଲୋଜି(Nanotechnology) ବହୁ ବିଜ୍ଞାନ କ୍ଷେତ୍ରରେ…
Read More

ପରାମେଡିକାଲ(Paramedical)ରେ କିପରି କ୍ୟାରିୟର(Career) କରିବେ ?

ପାରାମେଡିକାଲ(Paramedical) କ’ଣ ?    ଆପଣ ମେଡିକାଲର ନାମ ଶୁଣିଥିବେ କିନ୍ତୁ ପାରାମେଡିକାଲ(Paramedical)ର ନାମ କମ ଲୋକ  ହିଁ ଜାଣିଥିବେ | ଯଦି ଆପଣ ମେଡିକାଲ(Medical) କ୍ଷେତ୍ରରେ…
Read More
Read More

ଗେମ ଡେଭେଲପମେଣ୍ଟ (Game Development) ରେ କ୍ୟାରିୟର(Career) କିପରି କରିବେ.

ବର୍ତ୍ତମାନ କମ୍ପୁଟରର ଦୁନିଆ ଏବେ ସବୁ କାମ କମ୍ପୁଟରରେ କରାଯାଏ | ଏପରିକି ଆଜିକାଲି ବିଭିନ ଗେମ ମଧ୍ୟ କମ୍ପୁଟର ଓ ସ୍ମାର୍ଟଫୋନରେ ଖେଳାଯାଏ |…
Read More

ଜାଣନ୍ତୁ ମାନବାଧିକାର(Human Rights)ରେ କ୍ୟାରିୟର(Career) କିପରି କରିବେ.

ମାନବାଧିକାର(Human Rights) କ୍ଷେତ୍ରକୁ ଅନ୍ୟତମ ସମାଜସେବା ବୋଲି କୁହାଯାଇ ଥାଏ । ମାତ୍ର ଏହି ସମାଜସେବା ସେତେଟା ସାରଳା ନୁହେଁ। ଏବେ ପ୍ରତିଟି ଅଫିସରେ…
Read More