ଟାଟା ଏପରି ଏକ ନାମ ଯିଏକି ଭାରତରେ ସବୁ କ୍ଷେତ୍ରରେ ତାର ନାମ ଶୁଣିବାକୁ ମିଳିଥାଏ | ଟାଟା ମୋଟର(Tata Motors)ରୁ ଟାଟା ଟି(Tata Tea) ପର୍ଯ୍ୟନ୍ତ କୋଟି କୋଟି ଟଙ୍କାର କାରବାର ହୋଇଥାଏ ଓ ଏହା ସଫଳତା ପଛରେ ଏକ ମହାନ୍ ବ୍ୟକ୍ତି ରତନ ଟାଟା(Ratan Tata)ଙ୍କ ପରିଶ୍ରମ ଓ ବୁଦ୍ଧିମତା ଫଳ ଅଟେ । କିଛି ବର୍ଷ ପୂର୍ବେ ଏହି ଲମ୍ବା ବ୍ୟବସାୟ ଯୋଜନା ଏବଂ କଳ୍ପନା କରିସାରିଥିଲେ । ବହୁ କ୍ଷେତ୍ରରେ ବ୍ୟବସାୟ ଥିଲେ ମଧ୍ୟ ଭାରତରେ ପ୍ରଥମ ଧନୀବକ୍ତି ଭାବରେ ତାଙ୍କର ନାମ ଆସେନାହିଁ କାରଣ ସେ ତାଙ୍କ ଲଭାଂଶର ୬୬% ସାମାଜିକ କାମ(Social work)ରେ ଲାଗିଥାଏ । ତାଙ୍କ ମତରେ ଦେଶକୁ ଆଗକୁ ନେଲେ ନିଜର ମଧ୍ୟ ଉନ୍ନତି ହେବ । ଆସନ୍ତୁ ଜାଣିବା ସେହି ମହାନ୍ ବ୍ୟକ୍ତିତ୍ଵଙ୍କ ବିଷୟରେ ।
ରତନ ଟାଟା(Ratan Tata):
ରତନ ଟାଟା(Ratan Tata)ଙ୍କ ଜନ୍ମ 28 ଡିସେମ୍ବର 1937ରେ ମୁମ୍ବାଇରେ ହୋଇଥିଲା । ଟାଟା କମ୍ପନୀ(Tata Company)କୁ 150 ବର୍ଷ ପୂର୍ବେ 1868ରେ ଜାମସେଦ ଜି ଟାଟା(Jamsetji Tata) ଆରମ୍ଭ କରିଥିଲେ । ସେତେବେଳେ ଏହି କମ୍ପାନୀକୁ ଛୋଟ ଆକାରରେ ଆରମ୍ଭ କରିଥିଲେ , କିନ୍ତୁ ବର୍ତ୍ତମାନ ଏହା ଅଧୀନରେ 100ରୁ ଅଧିକ କମ୍ପାନୀ ଚାଲିଛି । 1938ରେ ଜେ.ଆର.ଡି ଟାଟା (JRD Tata) ଏହି କମ୍ପାନୀର ଅଧ୍ୟକ୍ଷ(Chairman) ହୋଇଥିଲେ । ଯିଏକି ଜାମସେଦ ଜି ଟାଟା(Jamsetji Tata)ଙ୍କ ସମ୍ପର୍କୀୟ ଥିଲେ । ରତନ ଟାଟା ଯେତେବେଳେ 10ବର୍ଷର ହୋଇଥିଲେ, ତାଙ୍କ ମା ଓ ବାପା ଅଲଗା ହୋଇଯାଇଥିଲେ ତେଣୁ ତାଙ୍କ ମା ଓ ବାପାଙ୍କ ସ୍ନେହ ମିଳିପାରିନଥିଲା । ରତନ ଟାଟାଙ୍କ ତାଙ୍କ ଜେଜେ ମା ତାଙ୍କର ପାଳନପୋଷଣ କରିଥିଲେ ।
ନିଜର ପୁରା ସ୍କୁଲ୍ ଶିକ୍ଷା ମୁମ୍ବାଇ ଓ ସିମଲାରେ କରିବା ପରେ ସେ ଆମେରିକାର କଲିଫୋନିଆ ଯାଇଥିଲେ । ସେଠାରେ ସ୍ଥାପତ୍ୟ ଏବଂ ଗଠନମୂଳକ ଇଞ୍ଜିନିୟରିଂ (Arcutecture and Structural Engineering)ରେ ଡିଗ୍ରୀ କରିଥିଲେ । ସେଠାରେ ତାଙ୍କୁ ଆଇବିଏମ୍(IBM) କମ୍ପାନୀରେ ଚାକିରି ମିଳିଥିଲା ଏବଂ ସେଠାରେ ସେ 15ଦିନ କାମ କରିଥିଲେ । କିନ୍ତୁ ଜେ.ଆର.ଡି ଟାଟା (JRD Tata)ଙ୍କ କହିବା ଦ୍ଵାରା ଭାରତ ଫେରି ଆସିଥିଲେ ଏବଂ ନିଜର କମ୍ପାନୀ ଟାଟା ଇଣ୍ଡଷ୍ଟ୍ରି (Tata Industry)କୁ ଯୋଗଦେଇଥିଲେ । ସେଠାରେ ଧୀରେ ଧୀରେ ସେ କାମ ଶିଖିଯାଇଥିଲେ ଓ କମ୍ପାନୀକୁ ବହୁତ ଆଗକୁ ନେଇଯାଇଥିଲେ | ଜେ.ଆର.ଡି ଟାଟା (JRD Tata)ଙ୍କ ଲାକ୍ଷଥିଲା କମ୍ପାନୀକୁ ବହୁତ ଆଗକୁ ନେବା ଏବଂ ତାଙ୍କ କର୍ମଚାରୀଙ୍କ ପାଇଁ ଯାହା ହୋଇପାରିବ ସାହାର୍ଯ୍ୟ କରିବା |
ରତନ ଟାଟା(Ratan Tata)ଙ୍କ ସଫଳତାର ଯାତ୍ରା:
1962ରେ ସେ ଯେତେବେଳେ କଂପାନୀରେ ପ୍ରବେଶ କରିଲେ ପ୍ରଥମେ ଟେକ୍ନିକାଲ ଆସିଷ୍ଟାଣ୍ଟ (Technical Assistant) ଭାବରେ କାମ କରିଥିଲେ, ପରେ କମ୍ପାନୀ କାମରେ ସିଡନୀ(Sydney) ଚାଲିଯାଇଥିଲେ ଓ ସେଠାରେ ତାଙ୍କର ବ୍ୟବସାୟ ସମ୍ଭାଳିଥିଲେ | ପରେ ସେ ଭାରତ ଆସି ନିଜ ବ୍ୟବସାୟ ସମ୍ଭାଳିବା ପାଇଁ ନିଷ୍ପତିନେଲେ | ସେ ପ୍ରଥମେ ନେଲକୋ କମ୍ପାନୀ(Nelco Company)ରେ ଯୋଗ ଦେଇଥିଲେ | କିନ୍ତୁ ସେତେବେଳେ ସେହି କମ୍ପାନୀ ବହୁତ କ୍ଷତିରେ ଚାଲିଥିଲା | ସେ ଯେତେବେଳେ ଏହି କମ୍ପାନୀର କାର୍ଯ୍ୟଭାର ନେଇଥିଲେ ସେତେବେଳେ ଏହାର ବଜାର ଅଂଶଧନ(Market Share) କେବଳ 2% ଥିଲା | ସେ ବୁଝି ପାରିଥିଲେ ଯେ ଯଦି ଏହି କମ୍ପାନୀକୁ ଆଗକୁ ନେବାକୁ ହେଲେ ଏହାର ନିମ୍ନ ସ୍ଥଳରୁ କିଛି କିଛି ପରିବର୍ତ୍ତନ ଆବଶ୍ୟକ ଓ ଏହା ପରେ ଟାଟାର ଏକ ପ୍ରସିଦ୍ଧ କମ୍ପାନୀ ଟି.ସି.ଏସ.(TCS)ର ସ୍ଥାପନ କରିଥିଲେ |
ନିଜର ପରିଶ୍ରମ ଓ ବୁଦ୍ଧିମତା ଫଳରେ କମ୍ପାନୀର ସବୁ କର(Tax) ପୈଠ କରି ନେଲକୋ କମ୍ପାନୀ(Nelco Company)ର ଲାଭକୁ ବହୁଗୁଣରେ ବୃଦ୍ଧି କରିଥିଲେ | ଏହି କମ୍ପାନୀରେ ସେ ରେଡ଼ିଓ ଟ୍ରାନଜିଷ୍ଟର(Radio Transistor) ପରି ଟେକ୍ନୋଲୋଜିର ବିକାଶ ଓ ଉନ୍ନତି କରିଥିଲେ | ଜେ.ଆର.ଡି ଟାଟା (JRD Tata) ତାଙ୍କର ଏହି କାର୍ଯ୍ୟକଳାପ ଓ ସଫଳତାକୁ ବୁଝିସାରିଥିଲେ, ତେଣୁ ଟାଟା ଇଣ୍ଡଷ୍ଟ୍ରିର ଯେଉଁ କମ୍ପାନୀ ସବୁ କ୍ଷତିରେ ଚାଲିଛି ସେହି ସବୁ କମ୍ପାନୀର ଦାୟିତ୍ୱ ନେବା ପାଇଁ ପରାମର୍ଶ ଦେଇଥଲେ |
1991ରେ ରତନ ଟାଟା(Ratan Tata), ଟାଟା ଗ୍ରୁପର ଅଧକ୍ଷ ହୋଇଥିଲେ ଏବଂ କମ୍ପାନୀକୁ ବହୁତ ଆଗକୁ ନେଇଥିଲେ | ସେତେବେଳେ ଆଇବିଏମ୍ (IBM) ଓ ଆପଲ(APPLE) ଭଳି ବହୁ ଆଇ.ଟି. ଏବଂ ଟେକ୍ କମ୍ପାନୀ ଧୀରେ ଧୀରେ ବିକାଶ କରୁଥିଲେ ଓ ସେତେବେଳେ ଟାଟା ମଧ୍ୟ ନିଜର ଟେକ କମ୍ପାନୀକୁ ବଢାଇଥିଲେ, କମ୍ପୁଟର ଏବଂ ଆଇ.ଟି. ବିଭାଗକୁ ବହୁତ ଆଗକୁ ନେଇଥିଲେ | କିଛି ଦିନ ଭିତରେ ଟାଟାର ବହୁତ କମ୍ପାନୀକୁ ସଫଳ କରିଥିଲେ ଏବଂ ଟାଟା ଗ୍ରୁପର ଲାଭାଂଶ କୁ ବୃଦ୍ଧି କରିଥିଲେ |
1998ରେ ଟାଟା ଇଣ୍ଡିକା(Tata Indica) କାର ନିର୍ମାଣ କରିଥିଲେ । ଯାହା ସେତେବେଳେ ବହୁତ ସଫଳତା ହୋଇଥିଲା ଓ ଲୋକମାନେ ଏହାକୁ ବହୁତ ପସନ୍ଦ ମଧ୍ୟ କରିବାକୁ ଲାଗିଲେ । ପ୍ରଥମେ ଯେତେବେଳେ ଏହି କାର ନିର୍ମାଣ ହୋଇଥିଲା ଏହା ଏତେ ଭଲ ଓ ଉନ୍ନତ ନଥିଲା । ସେତେବେଳେ ସେ ଆମେରିକା ଯାଇଥିଲେ । ଫୋର୍ଡ(Ford) କମ୍ପାନୀର ଅଧକ୍ଷ ବିଲ୍ ଫୋର୍ଡ(Bill Ford)ଙ୍କୁ ନିଜ କମ୍ପାନୀ ଟାଟା ମୋଟରକୁ କିଣିବାକୁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ସେ ଟାଟାଙ୍କ ଅପମାନ କରି କହିଥିଲେ , ଯେଉ କ୍ଷେତ୍ରରେ ତୁମେ ଅଜ୍ଞ ଅର୍ଥାତ୍ ଯଥେଷ୍ଟ ଜ୍ଞାନ ନାହିଁ ସେହି କ୍ଷେତ୍ରରେ ଉତ୍ପାଦନ କରିବା ଆବଶ୍ୟକ ନୁହେଁ । ଏଥିରେ ଲଜିତ ହୋଇ ଟାଟା ଏହି କମ୍ପାନୀକୁ ବିକ୍ରି ନ କରିବାର ନିଷ୍ପତ୍ତି ନେଇଥିଲେ ଏବଂ ନିଜ ପ୍ରଚେଷ୍ଟାରେ ଏହି କମ୍ପାନୀକୁ ଆଗକୁ ନେଇଥିଲେ । ଆଠ ବର୍ଷ ପରେ ଯେତେବେଳେ ଫୋର୍ଡ(Ford) କ୍ଷତିରେ ଚାଲିଥିଲା, ସେ ଫୋର୍ଡ(Ford) କମ୍ପାନୀ ଅଧୀନରେ ଥିବା ଜାଗୁଆର୍(Jaguar) ଏବଂ ଲ୍ୟାଣ୍ଡ ରୋଭର(Land Rover)କୁ କିଣିଥିଲେ । ଏହାକୁ ଦୁନିଆର ଶ୍ରେଷ୍ଟ ପ୍ରତିଶୋଧ କୁହାଯାଏ ।
ରତନ ଟାଟା(Ratan Tata) ଯେତେବେଳେ ଅଧକ୍ଷ ହୋଇଥିଲେ, ସେତେବେଳେ ତାଙ୍କ ଅଧୀନରେ 50ରୁ ଅଧିକ କମ୍ପାନୀ ଥିଲା। ତେଣୁ ସେ ନିର୍ଣ୍ଣୟ ନେଇଥିଲେ ଯେ ସବୁ କମ୍ପାନୀର ସମାନ ଲୋଗୋ(Logo) ଏବଂ ସମାନ ଲକ୍ଷ୍ୟ ରହିବା ଆବଶ୍ୟକ । ତେଣୁ ଆଚରଣ ବୋର୍ଡ(Board of Conduct) ଗଠନ କରିଥିଲେ ଏବଂ ଏଥିରେ ଥିବା ସବୁ ନିୟମ ଓ ନୀତିକୁ ସମସ୍ତେ ମାନିବାକୁ ବାଧ୍ୟ ଅଟନ୍ତି । ସେ କିଛି ସାଧାରଣ ନିୟମକୁ ଯେପରି ଅଖଣ୍ଡତା, ବୁଝାମଣା, ଏକତା, ଦାବିତ୍ୱ ଏବଂ ସମାନତା ନିୟମକୁ ପରିବର୍ତ୍ତନ କରିଥିଲେ । ସେ ସାଧାରଣ ଲୋକଙ୍କୁ ବେଶୀ ଗୁରୁତ୍ଵ ଦେଉଥିଲେ ତେଣୁ ଏକ ଲକ୍ଷ ଟଙ୍କାରେ ନାନୋ କାର(Nano Car) ନିର୍ମାଣ କରିଥିଲେ କିନ୍ତୁ ଏହା ସଫଳ ହୋଇନଥିଲା। ସେ ସବୁବେଳେ ନିଜ କର୍ମଚାରୀଙ୍କ ଧ୍ୟାନ ଦେଉଥିଲେ , ତାଙ୍କ ମତରେ ଯଦି କର୍ମଚାରୀ ଖୁସିରେ ରୁହନ୍ତି ତେବେ କମ୍ପାନୀର ଉନ୍ନତି ହେବ । ସେ ଟାଟା ଟ୍ରଷ୍ଟ(Tata Trust) ପ୍ରତିଷ୍ଠା କରିଥିଲେ , ଏଥିରେ ସେ ନିଜ ଲାଭାଂଶର କିଛି ଅଂଶ ସମାଜ କଲ୍ୟାଣ କାମରେ ଉପଯୋଗ କରୁଥିଲେ ।