ମନୁଷ୍ୟକୁ ଦାସ(Slave)କରି ହଜାର ହଜାର ଲୋକ ରାଜା ହୋଇଛନ୍ତି କିନ୍ତୁ ଆଜି ଆମେ ଜାଣିବା ଏମିତି ଏକ ବ୍ୟକ୍ତିତ୍ୱ(Dr Br Ambedkar), ଯିଏକି ଦାସମାନଙ୍କୁ ମନୁଷ୍ୟ କରିଛନ୍ତି ଓ ସେମାନଙ୍କୁ ତାଙ୍କର ଅଧିକାର ଦେଇଛନ୍ତି | ସେ ସମାନତାର ପ୍ରତୀକ ତଥା ଡ. ବାବୁସାହେବ ଭୀମରାଓ ଆମ୍ବେଦକର(Dr. Babusaheb Bhimrao Ambedkar), ଯିଏକି ଭାରତର ସମ୍ବିଧାନ(Constitution) ଗଠନ କରିଥିଲେ | ଗରିବ, ଦଳିତ ଓ ମହିଳା ମାନଙ୍କୁ ତାଙ୍କର ଅଧିକାର ଦେଇଥିଲେ ଓ ସମାଜରୁ ସମସ୍ତ କୁନୀତି ଓ ଅନ୍ଧବିଶ୍ୱାସ ଯାହା ମନୁଷ୍ୟ ସମାଜର ହିତରେ ନଥିଲା ତାକୁ ସମାପ୍ତ କରିଥିଲେ | ତାଙ୍କର ମତ ଥିଲା “ଆମେ ଏମିତି ଏକ ଧର୍ମକୁ ମାନିବା ଦରକାର ଯାହା ସ୍ୱତନ୍ତ୍ରତା, ସମାନତା ଓ ଭାଇଚାରାର ଶିକ୍ଷା ଦେଉଥିବ” | କିନ୍ତୁ ଏତେ ବଡ଼ ମହାନ ବ୍ୟକ୍ତିଙ୍କ ଆରମ୍ଭ ଦିନ ମାନଙ୍କରେ ଜାତିଭେଦକୁ ନେଇ ବହୁତ ଅତ୍ୟାଚାର ସମ୍ଭାଳିବାକୁ ପଡିଥିଲା | କିନ୍ତୁ ସେ ଏମିତି ଏକ ବ୍ୟକ୍ତି ଯିଏକି ନିଜ ଅତ୍ୟାଚାର ଓ ଅପମାନକୁ ଭୁଲି ନିଜ ଜୀବନକୁ ଆଗକୁ ନେଇଥିଲେ |
ଡ଼. ବି ଆର. ଆମ୍ବେଦକର(Dr Br Ambedkar)ଙ୍କର ସଂଘର୍ଷ ଯାତ୍ରା
ତାଙ୍କ ଜନ୍ମ 14 ଏପ୍ରିଲ 1891ରେ ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ମହଉ(Mhow) ଗ୍ରାମରେ ହୋଇଥିଲା | ତାଙ୍କ ପିତାଙ୍କ ନାମ ରାମଜୀ ସେକପଲ(Ramji Sekpal) ଏବଂ ମାତାଙ୍କ ନାମ ଭୀମାବାଇ(Bhimabai) ଥିଲା | ତାଙ୍କ ପିତା ଭାରତୀୟ ସେନାରେ ରହି ଦେଶସେବା କରୁଥିଲେ | ନିଜର କାର୍ଯ୍ୟାନିଷ୍ଠାରେ ସେନାର ସୁବେଦାର ପଦ ପର୍ଯ୍ୟନ୍ତ ପହଞ୍ଚିପାରିଥିଲେ | ରାମଜୀ ତାଙ୍କ ପିଲାମାନଙ୍କୁ ପାଠପଢା ଓ କଠିନ ପରିଶ୍ରମ ପାଇଁ ପ୍ରୋତ୍ସାହନ ଦେଉଥିଲେ, ଯାହାଫଳରେ ଆମ୍ବେଦକରଙ୍କୁ ପିଲାବେଳୁ ପାଠପଢା ପ୍ରତି ଆଗ୍ରହ ଥିଲା | କିନ୍ତୁ ସେ ମହର ଜାତିର ଥିଲେ ଯାହାକୁ ସେତେବେଳେ ଅଛୁଆଁ ଜାତି କହୁଥିଲେ ଅର୍ଥାତ ନୀଚ ଜାତିର ଲୋକ ଯଦି କୌଣସି ବସ୍ତୁକୁ ସ୍ପର୍ଶ କରୁଥିଲା ତେବେ ତାହାକୁ ଅପବିତ୍ର ମାନୁଥିଲେ ଏବଂ ଉନ୍ନତ ଜାତିର ଲୋକମାନେ ଏହାକୁ ବ୍ୟବହାର କରୁନଥିଲେ | ଏହି କାରଣରୁ ନୀଚ୍ଚ ଜାତିର ପିଲାମାନେ ପାଠ ପଢିବାକୁ ବିଦ୍ୟାଳୟ ବି ଯାଇପାରୁନଥିଲେ | କିନ୍ତୁ ସୌଭାଗ୍ୟ ବଶତଃ ସରକାର ସେନାରେ କାମକରୁଥିବା କର୍ମଚାରୀଙ୍କ ପିଲାଙ୍କ ପାଇଁ ସ୍ୱତନ୍ତ୍ର ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ଓ ଏଥିପାଇଁ ଆମ୍ବେଦକରଙ୍କ ପାଠପଢା ଆରମ୍ଭ ହୋଇପାରିଥିଲା | ସ୍କୁଲରେ ପାଠ ପଢ଼ାରେ ଭଲ ପ୍ରଦର୍ଶନ କରୁଥିଲେ ମଧ୍ୟ ଆମ୍ବେଦକର ଓ ନୀଚ୍ଚ ଜାତିର ପିଲାମାନଙ୍କୁ ବାହାରେ କିମ୍ବା ଶ୍ରେଣୀରେ ଅଲଗା ବସାଯାଉଥିଲା ଓ ସେଠାରେ ଶିକ୍ଷକମାନେ ତାଙ୍କ ଉପରେ ଧ୍ୟାନ ମଧ୍ୟ ଦେଉନଥିଲେ | ଏପରିବି ହେଉଥିଲା ଯେ ପାଣି ପିଇବା ପାଇଁ ନଳକୂପକୁ ଛୁଇଁବା ବି ମନାଥିଲା, ତେଣୁ ଚପରାଶୀ ଆସି ତାଙ୍କୁ ଦୂରରୁ ପାଣି ଦେଉଥିଲା | ଚପରାଶି ନଥିଲେ ବିନା ପାଣିରେ ରହିବାକୁ ପଡୁଥିଲା | ଅର୍ଥାତ ଜଣା ପଡୁଥିଲା ଯେ ଏହା କିପରି କଠିନ ଥିଲା | ଏପରି ପରିସ୍ଥିତିରେ କେଉଁ ପିଲା ପାଠ ପଢିବାକୁ ପସନ୍ଦ କରିବେ |
ଡ଼. ବି ଆର. ଆମ୍ବେଦକର(Dr Br Ambedkar)ଙ୍କ ଶିକ୍ଷା ଓ ସଫଳତା
1894 ରେ ରାମଜୀ ଙ୍କ ବାପା ଅବସର ପ୍ରାପ୍ତ ହେଲାପରେ ମହାରାଷ୍ଟ୍ରର ସାତାରା ଜାଗାକୁ ଚାଲିଯାଇଥିଲେ | କେବଳ ସାତାରା ଆସିବାର 2 ବର୍ଷପରେ ଆମ୍ବେଦକରଙ୍କ ମାଆଙ୍କର ମୃତ୍ୟୁ ହୋଇଯାଇଥିଲା | ପରେ ତାଙ୍କର ପିଉସୀ ମୀରାବାଈ କଠିନ ପରିସ୍ଥିତିରେ ତାଙ୍କର ଦେଖାଶୁଣା କରୁଥିଲେ | ରାମଜୀ ଓ ଭିମାବାଇଙ୍କ 14 ପିଲାଙ୍କ ମଧ୍ୟରୁ କେବଳ ତିନି ପୁଅ ବଳରାମ, ଅରବିନ୍ଦରାୟ, ଭୀମରାଓ ଏବଂ ତିନି ଝିଅ ମଞ୍ଜୁଲା, ଗଙ୍ଗା ଓ ତୁଳସୀ ଏହିପରି କଠିନ ପରିସ୍ଥିତିରେ ବଂଚିପାରିଥିଲେ | ରାମଜୀଙ୍କ ସବୁ ପିଲାମାନଠାରୁ କେବଳ ଆମ୍ବେଦକର ହିଁ ସମାଜର ଚାଲିଚଳନକୁ ଅଣଦେଖା କରି ଆଗକୁ ବାଢ଼ିଥିଲେ | 1897 ରେ ଆମ୍ବେଦକର ବମ୍ବେର ଏଲଫିନଷ୍ଟୋନ ଉଚ୍ଚ ବିଦ୍ୟାଳୟ (Elphinstone High School)ରେ ନାମଲେଖାଇଥିଲେ ଓ ସେହି ବିଦ୍ୟାଳୟରେ ଛୋଟ ଜାତିର ପ୍ରଥମ ଛାତ୍ର ହୋଇଥିଲେ | 1907ରେ ଆମ୍ବେଦକର ହାଇସ୍କୁଲ ପରୀକ୍ଷା ପାସ କରିଥିଲେ | ଏହି ସଫଳତା ଦେଖି ତାଙ୍କ ଜାତି ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା, କାହିଁକିନା ସେତେବେଳ ହାଇସ୍କୁଲ ପାସ୍ କରିବା ବହୁତ ବଡ଼କଥା ଥିଲା ଓ ସେ ଜଣେ ନୀଚ୍ଚ ଜାତିର ଥିଲେ | ଏହି ସଫଳତା ଦେଖି ଅର୍ଜୁନ କେଲୁସ୍କର ନିଜର ରଚିତ ପୁସ୍ତକ ଗୌତମ ବୁଦ୍ଧଙ୍କ ଜୀବନୀ ପୁରସ୍କାର ରୂପରେ ଦେଇଥିଲେ | କେଲୁସ୍କର ମରାଠା ସାହିତ୍ୟର ଜଣେ ଜ୍ଞାନୀ ଥିଲେ | ଏହିପରି ନିଜର ସଫଳତା ଲାଭକାରୀ 1912ରେ ଅର୍ଥଶାସ୍ତ୍ର ଓ ରାଜନୀତି ବିଜ୍ଞାନ କ୍ଷେତ୍ରରେ ଡ଼ିଗ୍ରୀ କରିଥିଲେ ଏବଂ 1913ରେ ଛାତ୍ରବୃତ୍ତି(Scholarship) ପ୍ରାପ୍ତକରି ପିଜି(PG) ପାଇଁ ଆମେରିକା ଯାଇଥିଲେ |
1915ରେ କଲମ୍ବିଆ ୟୁନିଭେର୍ସିଟି ରେ ଏମ.ଏ.(MA) ଡ଼ିଗ୍ରୀ ଲାଭକରିଥିଲେ | 1916ରେ ତାଙ୍କର ଏକ ଗବେଷଣା ପାଇଁ ତାଙ୍କୁ ପି.ଏଚ.ଡି.(PhD) ସମ୍ମାନୀତ କରାଗଲା | ଏହି ଗବେଷଣାର ପୁସ୍ତକକୁ ‘ବ୍ରିଟିଶ ଭାରତରେ ପ୍ରାଦେଶିକ ଆର୍ଥିକର ବିବର୍ତ୍ତନ'(Evolution of Provincial Financial in British India) ନାମରେ ପ୍ରକାଶିତ କରିଥିଲେ | ନିଜର ଡ଼ଃ ଉପାଧି ପରେ ସେ ଲଣ୍ଡନ ଯାଇଥିଲେ ଓ ସେଠାରେ ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସ (London School of Economics)ରେ ଆଇନ ଓ ଅର୍ଥଶାସ୍ତ୍ରରେ ପାଠପଢା ପାଇଁ ନାମ ଲେଖାଇଥିଲେ | ପରେ ତାଙ୍କର ଛାତ୍ରବୃତ୍ତି ସରିବା କାରଣରୁ ପାଠପଢା ଅଧାରୁ ଛାଡି ଭାରତ ଫେରିଆସିବାକୁ ପଡିଥିଲା | ଏଠାରେ ସେ କିରାଣୀ(Clerk) ଓ ଆକାଉଣ୍ଟାଣ୍ଟ(Accountant) ପରି ବହୁ ଚାକିରୀରେ କାମକରିଥିଲେ | 1920 ନିଜର ସଂଚିତ ଅର୍ଥ ଓ ନିଜ ସାଙ୍ଗର ଅର୍ଥ ମିଶାଇ ପୁଣି ସେ ଲଣ୍ଡନ ଯାଇଥିଲେ | 1923ରେ ନିଜ ଗବେଷଣା ‘Problem of Rupee’ ଅର୍ଥାତ ‘ରୂପିର ସମସ୍ୟା’କୁ ସମ୍ପୂର୍ଣ କରିଥିଲେ | ଲଣ୍ଡନ ୟୁନିଭେର୍ସିଟି ଦ୍ଵାରା ଡ଼ଃ ଅଫ ସାଇନ୍ସ (Dr. of Science)ର ଉପାଧି ଦିଆଯାଇଥିଲା |
ଡ଼. ବି ଆର. ଆମ୍ବେଦକର(Dr Br Ambedkar) ସ୍ୱାଧୀନତା ସଂଗ୍ରାମୀ
ଏହାପରେ ନିଜ ଜୀବନକୁ ସମାଜ ସେବାରେ ସମର୍ପଣ କରିଦେଇଥିଲେ | ଭାରତ ସ୍ୱାଧୀନତାର ବହୁ ସଂଗ୍ରାମରେ ଅଂଶଗ୍ରହଣ କରିଥିଲେ | ଦଳିତ ଓ ନୀଚ ଜାତିକୁ ନିଜର ଅଧିକାର ଓ ଭାରତକୁ ସ୍ୱାଧୀନ ଦେବା ପାଇଁ ବହୁ ପ୍ରଭାବଶାଳୀ ପୁସ୍ତକ ରଚନା କରିଥିଲେ | 1926 ବମ୍ବେ ବିଧାନ ପରିଷଦର ସଦସ୍ୟ ହୋଇଥିଲେ | 13 ଅକ୍ଟୋବର 1935ରେ ତାଙ୍କୁ ସରକାରୀ ଆଇନ କଲେଜର ପ୍ରିନସିପାଲ(Principal)ରେ ନିଯୁକ୍ତି କରାଯାଇଥିଲା ଓ ସେ ଏହି ପଦବୀରେ ଦୁଇବର୍ଷ ପର୍ଯ୍ୟନ୍ତ କାମ କରିଥିଲେ | 1936 ରେ ସ୍ୱତନ୍ତ୍ର ପାର୍ଟିର ସ୍ଥାପନା କରିଥିଲେ ଯିଏକି 1937ରେ କେନ୍ଦ୍ରୀୟ ବିଧାନସଭା ଭୋଟରେ 15ଟି ସ୍ଥାନ ଜିତିଥିଲେ | 1941ରୁ 1945 ମଧ୍ୟରେ ବହୁ ବିବାଦୀୟ ପୁସ୍ତକ ରଚନା କରିଥିଲେ | ଏଥି ମଧ୍ୟରୁ ପାକିସ୍ତାନର ଚିନ୍ତା(Thought of Pakistan) ଅନ୍ୟତମ, ଯେଉଁଥିରେ ସେ ମୁସଲମାନ ମାନଙ୍କର ଅଲଗା ଦେଶ ପାକିସ୍ଥାନ ଗଠନକୁ ବିରୋଧ କରିଥିଲେ | ସେ ଭାରତକୁ ଏକତ୍ର ଦେଖିବାକୁ ସ୍ବପ୍ନ ଦେଖିଥିଲେ ତେଣୁ ଯେଉଁ ନେତା ମାନେ ଭାରତ ବିଭାଜନକୁ ପ୍ରୋତ୍ସାହନ ଦେଉଥିଲେ ସେମାନଙ୍କୁ ଘୋର ବିରୋଧ କରୁଥିଲେ |
15 ଅଗଷ୍ଟ 1947ରେ ଭାରତ ସ୍ୱାଧୀନତା ପ୍ରାପ୍ତ କରିବାପରେ ସେ ଭାରତର ପ୍ରଥମ ଆଇନମନ୍ତ୍ରୀ ହୋଇଥିଲେ | ନିଜର ଅସୁସ୍ଥତା କାରଣରୁ ମଧ୍ୟ ଏକ ଶ୍ରେଷ୍ଠ ଓ ଶକ୍ତିଶାଳୀ ଆଇନ ର ରଚନା କରିଥିଲେ | ଏବଂ ତାଙ୍କ ଦ୍ୱାରା ରଚିତ ଆଇନକୁ 26 ଜାନୁୟାରୀ 1950ରେ କାର୍ଯ୍ୟକାରୀ କରାଯାଇଥିଲା | ତାଙ୍କର ନିର୍ଦ୍ଦେଷ ରେ ଭାରତୀୟ ରିସର୍ଭ ବ୍ୟାଙ୍କ ର ସ୍ଥାପନ କରାଯାଇଥିଲା | ଦିନକୁ ଦିନ ଏହିପରି ରାଜନୀତିର ସଂଘର୍ଷକୁ ନେଇ ତାଙ୍କର ଶରୀର ଆହୁରି ଅସୁସ୍ଥ ହୋଇଯାଇଥିଲା ଓ 6 ଡିସେମ୍ବର 1956ରେ ମୃତୁବରଣ କରିଥିଲେ | ଏହା ପୂର୍ବରୁ ସେ ସମାଜର ଚିନ୍ତାଧାରାକୁ ବହୁ ମାତ୍ରାରେ ପରିବର୍ତନ କରିଦେଇଥିଲେ | ଦଳିତ ଓ ମହିଳା ଙ୍କୁ ତାଙ୍କର ସ୍ୱାଧୀନତା ମିଳିଯାଇଥିଲା | ଆମ ଦେଶ ପାଇଁ ଯାହା କିଛି କରିଯାଇଛନ୍ତି ତାହାକୁ ଶବ୍ଦରେ ପ୍ରକାଶ କରାଯାଇପାରିବ ନାହିଁ |
ଜାଣନ୍ତୁ ୱିପ୍ରୋ(Wipro) କମ୍ପାନୀର ଅଧ୍ୟକ୍ଷ(Chairman) ଅଜିମ୍ ପ୍ରେମଜୀ(Azim Premji)ଙ୍କ ବିଷୟରେ.
Share with your friends..