ଦୁନିଆରେ ବହୁ କ୍ଷେତ୍ରରେ ଟେକ୍ନୋଲୋଜି(Technology)ର ଉନ୍ନତି ହେବାରେ ଲାଗିଛି, ସେହିଭଳି ଯୋଗାଯୋଗ(Communication) କ୍ଷେତ୍ରରେ ବି ବଢ଼ିଛି । ପ୍ରଥମେ 2ଜି,3ଜି,4ଜି ଓ ବର୍ତ୍ତମାନ ନୂଆ ଟେକ୍ନୋଲୋଜି 5ଜି ଅର୍ଥାତ ପଞ୍ଚମ ପିଢ଼ି(Fifth Generation) ।ଏଫ୍.ସି.ସି(Federal Communications Commission) ଅପ୍ପଲ୍(Apple) କମ୍ପାନୀକୁ ପରବର୍ତ୍ତୀ ଜେନେରେସନ ନେଟୱର୍କ ପରୀକ୍ଷା କରିବାକୁ ଅନୁମତି ଦେଇଛି । କେବଳ ଅପ୍ପଲ୍(Apple) ନୁହେଁ ସାମସଙ୍ଗ(Samsung),ଗୁଗଲ(Google),ଫେସବୁକ୍(Facebook) ଭଳି ବଡ଼ବଡ଼ କମ୍ପାନୀ ମଧ୍ୟ ଏହି ଟେକ୍ନୋଲଜି ଉପରେ କାମ ଚଳାଇଛନ୍ତି ।
5ଜି ଟେକ୍ନୋଲୋଜି(5G Technology) କ’ଣ ?
ମୁଖ୍ୟତଃ 5ଜି ନେଟୱର୍କ ୩ଭାଗରେ ବିଭକ୍ତ । ପ୍ରଥମ ମିଲିମିଟର ୱେଭ (Millimeter Wave), ଆଜି ଆମେ ଯେତେ ଉପକରଣ(Device) ବ୍ୟବହାର କରୁଛେ ସେ ସବୁ ଏକ ନିମିତ୍ତ ଆବୃତ୍ତିର ପରିସର(Frequency Range) 6 ଗିଗାହଜ଼(GHz)ରେ କାମ କରିଥାଏ । କିନ୍ତୁ ଉପକରଣ(Device) ସଂଖ୍ୟା ବଡ଼ିବା କାରଣରୁ ଏହା ଗହଳି(crowed) ହେଇଯାଇଛି । ତେଣୁ ୫ଜି ପାଇଁ ନୂଆ ସ୍ପେକ୍ଟ୍ରମ୍(Spectrum) 30-300GHz ପରିସର(Rang)ର ବସାଇବାକୁ ପଡ଼ିବ । ଯିଏକି ମିଲିମିଟର ୱେଭ(Millimeter Wave)ରେ ପରିଚାଳିତ ହେବ । ଯାହା ଫଳରେ ବ୍ୟାଣ୍ଡୱିଥ(Bandwidth) ବଡ଼ିବ । ଅପ୍ପଲ ତାର ୫ଜି ଟେକ୍ନୋଲୋଜିକୁ 28GHz ଓ 39GHz ସ୍ପେକ୍ଟ୍ରମ୍ ଉପରେ ପରୀକ୍ଷା କରୁଛି । ଏହାର କିଛି ଦୁର୍ବଳତା ରହିଛି, ଏହା କୌଣସି କଠିନ ପଦାର୍ଥଦେଇ ଗତିକରିପାରେ ନାହିଁ ଅର୍ଥାତ୍ ଘର ଓ ବୃକ୍ଷ ଦ୍ୱାରା ଏହା ପ୍ରତିରୋଧ ହୋଇଯାଉଛି । ତେଣୁ ଦ୍ୱିତୀୟ ଟେକ୍ନୋଲୋଜିର ସ୍ମଲ ସ୍କେଲ ନେଟୱର୍କ(Small Scale Network) ଉପଯୋଗ କରାଯାଏ । ବର୍ତ୍ତମାନ ଉପକରଣ(Device)କୁ ନେଟୱର୍କ ବଡ଼ବଡ଼ ଟାୱାରରୁ ଆସୁଛି ଯଦ୍ଵାରା ଘର ଓ ବୃକ୍ଷ ଦ୍ୱାରା କ୍ଷତ ହେଉଛି ଓ ଏହି ଟେକ୍ନୋଲଜି ଦ୍ୱାରା ଆବୃତ୍ତି(Frequency)ର ଗତିକୁ ବୃଦ୍ଧି କରାଯାଇପାରିବ ଓ ଉପଯୋଗକର୍ତ୍ତା(User)କୁ ଠିକ୍ ସେବା ମିଳିପାରିବ । ବର୍ତ୍ତମାନ ସ୍ପେକ୍ଟ୍ରମ୍ ସର୍ବଦିଗ(Spectrum Omnidirectional) ହୋଇଥାଏ ଯାହାଫଳରେ ଏହା ସବୁଦିଗକୁ ସିଗନାଲ ଯୋଗାଇଥାଏ । ଯାହା ଫଳରେ ସ୍ଥାନର ଘନତ୍ଵ ବଢିଯାଏ ଓ ସିଗନାଲ(signal) ଠିକରେ ମିଳେ ନାହିଁ । ତୃତୀୟ ଟେକ୍ନୋଲୋଜି ଵିମଫୋର୍ମିଙ୍ଗ ଟେକ୍ନୋଲୋଜି(Beamforming Technology)କୁ ଉପଯୋଗକରି ନିର୍ଦ୍ଦିଷ୍ଟ ବ୍ୟବହାରକାରୀକୁ ସିଗନାଲକୁ ଠିକରେ ସ୍ଥାନାନ୍ତର କରାଯାଏ । ଯଦ୍ଵାରା ଏହା ଉନ୍ନତ ହୋଇପାରିବ ଓ ସବୁ ଲୋକଙ୍କୁ ଠିକରେ ସେବା ମିଳିପାରିବ ।