ପାରାମେଡିକାଲ(Paramedical) କ’ଣ ?
ଆପଣ ମେଡିକାଲର ନାମ ଶୁଣିଥିବେ କିନ୍ତୁ ପାରାମେଡିକାଲ(Paramedical)ର ନାମ କମ ଲୋକ ହିଁ ଜାଣିଥିବେ | ଯଦି ଆପଣ ମେଡିକାଲ(Medical) କ୍ଷେତ୍ରରେ କ୍ୟାରିଅର(Career) କରିବାକୁ ଚାହୁଁଛନ୍ତି କିମ୍ବା ଏହି କ୍ଷେତ୍ରରେ ଆପଣ କୌଣସି କୋର୍ସ(Course) କରିବାକୁ ଚାହୁଁଛନ୍ତି ତେବେ, ପାରାମେଡିକାଲ ଏକ ଭଲ ମାଧ୍ୟମ ଅଟେ | କାହିଁକି ନା ଏହାଦ୍ଵାରା ମେଡିକାଲ କ୍ଷେତ୍ରରେ(Medical Field)ରେ ଆପଣଙ୍କୁ ଭଲ ଚାକିରୀର ସୁଯୋଗ ଅଛି ଏବଂ ଏହି କୋର୍ସ(Course)ର ଆବଶ୍ୟକତା ଦିନକୁଦିନ ବଢ଼ିବାରେ ଲାଗିଛି | ତେବେ ଜଣାନ୍ତୁ ପାରାମେଡିକାଲ କ’ଣ ?
ପାରାମେଡିକାଲ ଏକ ମେଡିକାଲର ଏକ ଅଂଶ, ଏମାନେ ସମସ୍ତ ମେଡିକାଲ କାମରେ ସାହାର୍ଯ୍ୟ କରନ୍ତି | ଏହା ଏକ ଚାକିରୀ ଆଧାରିତ ଏକାଡେମୀ କୋର୍ସ ଅଟେ | ଏହି କୋର୍ସ କରିବା ଦ୍ଵାରା ଆପଣ ଜଣେ ସ୍ୱାସ୍ଥ୍ୟସେବା ତାଲିମପ୍ରାପ୍ତ କର୍ମଚାରୀ ଭାବରେ ସୂଚିତ ହୋଇ ଯାଆନ୍ତି |
କେଉଁ କେଉଁ କ୍ଷେତ୍ରରେ ଚାକିରୀ ପାଇପାରିବେ ?
ଏହି କୋର୍ସ(Course) କରିବା ପରେ ଆପଣ ପାରାମେଡିକାଲ କ୍ଷେତ୍ରରେ ଯେପରି ନିଦାନ(Diagnosis), ଫିଜିଓଥେରାପି(Physiotherapy), ରେଡିଓଗ୍ରାଫି(Radiography), ଲାବୋରେଟୋରୀ ମେଡ଼(Laboratory Maid), ଏମ.ଆର.ଆଇ ଟେକ୍ନିସିଆନ(MRI Technician), ରେଡିଓଲୋଜି ଆସିଷ୍ଟାଣ୍ଟ(Radiology Assistant), ଡାୟଲିସିସ୍ ଟେକ୍ନିସିଆନ(Dialysis Technician), ନର୍ସିଂ କେୟାର ଆସିଷ୍ଟାଣ୍ଟ(Nursing Care Assistant), ଆମ୍ବୁଲାନ୍ସ ଆଟେଣ୍ଡାନ୍ସ (Ambulance Attendance), କ୍ରିଟିକାଲ କେୟାର ପାରାମେଡିକ(Critical Care Paramedic), ଡେଣ୍ଟାଲ ଆସିଷ୍ଟାଣ୍ଟ(Dental Assistant), ଓଟି ଆସିଷ୍ଟାଣ୍ଟ(OT Assistant) ଭାବରେ ଚାକିରୀ କରିପାରିବେ | ପାରାମେଡିକାଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପାରାମେଡିକ(Paramedic) କୁହାଯାଏ | ଏହା ଏକ ଦକ୍ଷ ବୃତ୍ତିଗତ(Professional) କାର୍ଯ୍ୟ ହୋଇଥାଏ ତେଣୁ ଚିକିତ୍ସକ(Physician)ର କାମ ମଧ୍ୟ କରିଥାନ୍ତି, ଯେପରି ଜରୁରୀକାଳୀନ ପରିସ୍ଥିତି(Emergency Situation)ରେ ରୋଗୀକୁ ଚିକତ୍ସାକରିବା ଓ ପ୍ରାଥମିକ ଚିକତ୍ସା କରିବା ଇତ୍ୟାଦି | ପ୍ରାୟ ମେଡିକାଲରେ ଜରୁରୀକାଳୀନ କକ୍ଷରେ ପାରାମେଡିକାଲ ପଦବୀ ରହିଥାଏ | ବହୁ ସରକାରୀ ଓ ବେସରକାରୀ ଚିକିତ୍ସାଳୟ(Hospital)ରେ ଭଲ ଚାକିରୀ ମିଳିପାରିବ |
ପାରାମେଡିକାଲ(Paramedical)ରେ କ’ଣ କ’ଣ କୋର୍ସ(Course) କରିପାରିବେ ?
ଏହା ଦଶମଶ୍ରେଣୀ(10th) ପରେ ବି କରିପାରିବେ ଓ ଦ୍ଵାଦଶ(10+2)ରେ ଜୀବବିଜ୍ଞାନ(Biology) ରଖିଥିବା ଛାତ୍ରଛାତ୍ରୀମାନେ ଏହି କୋର୍ସ କରିପାରିବେ | ଏହି କୋର୍ସରେ ନାମ ଲେଖାଇବା ପାଇଁ ପ୍ରବେଶପରୀକ୍ଷା(Entrance Exam) ଦେବାକୁ ପଡିଥାଏ ଏବଂ କିଛି କଲେଜରେ ଯୋଗ୍ୟତା ତାଲିକା(Merit List) ହିସାବରେ ହୋଇଥାଏ |
ଯଦି ପାରାମେଡିକାଲରେ ସାର୍ଟିଫିକେଟ୍ କୋର୍ସ(Certificate Course) କରିବାକୁ ଚାହୁଁଛନ୍ତି ତେବେ ଡେଣ୍ଟାଲ୍ ଆସିଷ୍ଟାଣ୍ଟ(Dental Assistant), ଏକ୍ସ-ରେ ଟେକ୍ନିସିଆନ୍(X-ray Technician), ଇସିଜି ଏବଂ ସିଟି ସ୍କାନ୍ ଟେକ୍ନିସିଆନ୍(ECG and CT Scan Technician), ନର୍ସିଂ କେୟାର ଆସିଷ୍ଟାଣ୍ଟ(Nursing Care Assistant), ଗ୍ରାମୀଣ ସ୍ୱାସ୍ଥ୍ୟ ସେବା(Rural Health Care), ଡାଏଲିସିସ୍ ଟେକ୍ନିସିଆନ୍(Dialysis Technician), ଏଚ୍.ଆଇ.ଭି ଏବଂ ପରିବାର ଶିକ୍ଷା(HIV and Family Education), ଗୃହ ଭିତ୍ତିକ ସ୍ୱାସ୍ଥ୍ୟ ସେବା(Home Based Health Care)ରେ ସାର୍ଟିଫିକେଟ୍ କୋର୍ସ କରିପାରିବେ | ଏହି କୋର୍ସ ମୁଖ୍ୟତଃ 6ମାସରୁ 2 ବର୍ଷ ପର୍ଯ୍ୟନ୍ତ ହୋଇଥାଏ |
ଯଦି ଡିପ୍ଲୋମା(Diploma) କୋର୍ସ କରିବାକୁ ଚାହୁଁଛନ୍ତି ତେବେ ଗ୍ରାମୀଣ ସ୍ୱାସ୍ଥ୍ୟ ସେବା(Rural Health Care), ଓଟି ଟେକ୍ନିସିଆନ୍(OT Technician), ବୃତ୍ତିଗତ ଚିକିତ୍ସା(Occupational Therapy), ଏକ୍ସ-ରେ ଟେକ୍ନୋଲୋଜି(X-ray Technology), ଡାୟଲିସିସ୍ ଟେକ୍ନୋଲୋଜି(Dialysis Technology), ଡେଣ୍ଟାଲ୍ ହାଇଜିନ୍ଷ୍ଟ(Dental Hygienist), ଫିଜିଓଥେରାପି(Physiotherapy), ନର୍ସିଂ କେୟାର ଆସିଷ୍ଟାଣ୍ଟ(Nursing Care Assistant) କ୍ଷେତ୍ରରେ କରିପାରିବେ | ଏହି ଡିପ୍ଲୋମା(Diploma) କୋର୍ସ ମୁଖ୍ୟତଃ 1 ବର୍ଷରୁ 2 ବର୍ଷ ପର୍ଯ୍ୟନ୍ତ ହୋଇଥାଏ |
ଯଦି ସ୍ନାତକ(Graduation) କୋର୍ସ କରିବାକୁ ଚାହୁଁଛନ୍ତି, ତେବେ ବି.ଏସସି.(B.Sc.) ନର୍ସିଂ(Nursing), ଏକ୍ସ-ରେ ଟେକ୍ନୋଲୋଜି(X-ray Technology), ମେଡିକାଲ ଲ୍ୟାବ ଟେକ୍ନୋଲୋଜି(Medical Lab Technology), ଅପ୍ଟୋମେଟ୍ରି(Optometry), ଆଣବିକ ମେଡିକାଲ ଟେକ୍ନୋଲୋଜି(Nuclear Medical Technology), ଡାୟଲିସିସ୍ ଥେରାପି(Dialysis Therapy), ମେଡିକାଲ ରେକର୍ଡ ଟେକ୍ନୋଲୋଜି(Medical Record Technology), ମେଡିକାଲ ଇମେଜିଙ୍ଗ ଟେକ୍ନୋଲୋଜି(Medical Imaging Technology), ଆନାସ୍ଥେସିଆ ଟେକ୍ନୋଲୋଜି(Anesthesia Technology), ଅପରେସନ୍ ଥିଏଟର ଟେକ୍ନୋଲୋଜି(Operation Theatre Technology) ବିଷୟରେ କରିପାରିବେ କିମ୍ବା ଫିଜିଓଥେରାପି(Physiotherapy), ରେଡିଏସନ୍ ଟେକ୍ନୋଲୋଜି(Radiation Technology), ଆୟୁର୍ବେଦିକ ଚିକିତ୍ସା ଏବଂ ସର୍ଜରୀ(Ayurvedic Medicine and Surgery) ବିଷୟରେ ସ୍ନାତକ(Graduation) କରିପାରିବେ |
ଯଦି ପି.ଜି.(PG) ବା ମାଷ୍ଟର ଡିଗ୍ରୀ(Master Degree) କୋର୍ସ କରିବାକୁ ଚାହୁଁଛନ୍ତି, ତେବେ ପିଜି ଡିପ୍ଲୋମା ମାତୃ ଓ ଶିଶୁ ସ୍ୱାସ୍ଥ୍ୟ(Maternal & Child Health), ଡାକ୍ତରଖାନା ଏବଂ ସ୍ୱାସ୍ଥ୍ୟ ପରିଚାଳନା(Hospital & Health Management), ଜେରାଟ୍ରିକ୍ ମେଡିସିନ୍(Geriatric Medicine) ବିଷୟରେ କରିପାରିବେ ଓ ଏମ ଏସ ସି ନର୍ସିଂ(M.Sc. Nursing) କିମ୍ବା ମାଷ୍ଟର ଅଫ୍ ରେଡିଏସନ୍ ଟେକ୍ନୋଲୋଜି(Radiation Technology), ମେଡିକାଲ୍ ଲ୍ୟାବ୍ ଟେକ୍ନୋଲୋଜି(Medical Lab Technology), ପାଥୋଲୋଜି ଟେକ୍ନୋଲୋଜି(Pathology Technology), ଅପ୍ଟୋମେଟ୍ରି ଏବଂ ଚକ୍ଷୁ ପ୍ରଯୁକ୍ତିବିଦ୍ୟା(Optometry & Ophthalmic Technology), ପ୍ରାଣୀ ଚିକିତ୍ସା ଏବଂ ଜନସ୍ୱାସ୍ଥ୍ୟ(Veterinary & Public Health), ବୃତ୍ତିଗତ ଚିକିତ୍ସା(Occupational Therapy), ଫାର୍ମାସି(Pharmacy), ଫିଜିଓଥେରାପି(Physiotherapy), ହସ୍ପିଟାଲ୍ ପ୍ରଶାସନ(Hospital Administration) ବିଷୟରେ ମାଷ୍ଟର ଡିଗ୍ରୀ(Master Degree) କରିପାରିବେ |
ଯଦି ପାରାମେଡିକାଲରେ ସ୍ପେସିଆଲାଇଜେସନ କୋର୍ସ(Specialization Course) କରିବାକୁ ଚାହୁଁଛନ୍ତି, ତେବେ ଡାକ୍ତରୀ ଜରୁରୀକାଳୀନ ପରିସ୍ଥିତି(Medical Emergency), ଫାର୍ମାକୋଲୋଜି(Pharmacology), ବେଶିକ ଲାଇଫ ସପୋର୍ଟ(Basic Life Support) କ୍ଷେତ୍ରରେ ସ୍ପେସିଆଲାଇଜେସନ କୋର୍ସ କରିପାରିବେ |
ପାରାମେଡିକାଲ(Paramedical) କୋର୍ସ କେଉଁ କଲେଜରେ କରିବେ ?
- ଶାରଦା ବିଶ୍ୱବିଦ୍ୟାଳୟ, ଗ୍ରେଟର ନୋଏଡା (Sharda University, Greater Noida)
- ଗୁଜୁରାଟ ବିଶ୍ୱବିଦ୍ୟାଳୟ, ଅହମ୍ମଦାବାଦ (Gujarat University, Ahmedabad)
- ଜାମିଆ ହାମାର୍ଡ ବିଶ୍ୱବିଦ୍ୟାଳୟ, ନୂଆଦିଲ୍ଲୀ (Jamia Hamdard University, New Delhi)
- କେ.ଆଇ.ଆଇ.ଟି. ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର (KIIT University, Bhubaneswar)
- ଲଭଲି ପ୍ରଫେସନାଲ ୟୁନିଭରସିଟି, ଜଲନ୍ଦର (Lovely Professional University, Jalandhar)
- ମଣିପାଲ ବିଶ୍ୱବିଦ୍ୟାଳୟ, ମଣିପାଲ (Manipal University, Manipal)
- ଜୟପୁର ଜାତୀୟ ବିଶ୍ୱବିଦ୍ୟାଳୟ, ଜୟପୁର (Jaipur National University, Jaipur)
- ଦିଲ୍ଲୀ ବିଶ୍ୱବିଦ୍ୟାଳୟ, ନୂଆଦିଲ୍ଲୀ (University of Delhi, New Delhi)
ବର୍ତ୍ତମାନ ବହୁ ସରକାରୀ ଓ ବେସରକାରୀ କଲେଜରେ ଏହି କୋର୍ସ ଉପଲବ୍ଧ ଅଛି ନିଜର ସୁବିଧା ଅନୁସାରେ କୌଣସି ଶିକ୍ଷାନୁଷ୍ଠାନରେ ପଢିକରିପାରିବେ |