ଦୁର୍ଘଟଣା(Accident) ଜନିତ ଛାତିରେ ଆଘାତ କେତେ କ୍ଷତି କାରକ ହୋଇପାରେ..

HowMuchDamageCanAnAccidentalChestInjuryCause, Chest, Health, Accident, Death, Dangerious, KnowledgeOdia


ଆଜିକାଲି ସଡ଼କ ଦୁର୍ଘଟଣାରେ(Road Accident) ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଆଉ ଏହି ଦୁର୍ଘଟଣାରେ ଶିକାର ହୋଇଥିବା ପୀଡ଼ିତଙ୍କ ମଧ୍ୟରେ ଅନେକଙ୍କ ଛାତି(Chest)ରେ ଆଘାତ ଲାଗିଥାଏ । ଏମିତି ଛୋଟ ଛୋଟ ଆଘାତକୁ ଲୋକମାନେ ଅଣଦେଖା କରିଥାନ୍ତି । କିନ୍ତୁ ଏହା ଆପଣଙ୍କର ଜୀବନ ପ୍ରତି ବିପଦ ସୃଷ୍ଟିକରିପାରେ ଓ ଏହା ଦ୍ଵାରା ଭବିଷ୍ୟତରେ ଜୀବନବି ଚାଲିଯାଇପାରେ । ଯଦି ପ୍ରଥମରୁ ଚିକିତ୍ସା କରାନଯାଏ ତେବେ ରୋଗୀ ବିପଦ ମୁହଁକୁ ଚାଲିଯାଇପରେ । ତେଣୁ ଏହାକୁ ଅଣଦେଖା ନକରି ପ୍ରଥମରୁ ଡାକ୍ତରଙ୍କ ପରାମର୍ଶ ନେଇଗଲେ ଭଲ ।
ଏବେ ରାସ୍ତାରେ ଭିନ୍ନ ଭିନ୍ନ ଧରଣର ଗାଡ଼ି ଚଳାଇବା ଲୋକଙ୍କ ସଉକ୍ ହୋଇଗଲାଣି । ଯେପରିକି ଗାଡ଼ି ଚଳାଇବା ସମୟରେ ଫୋନରେ କଥାହେବା, ଗାଡ଼ି ଜୋରରେ ଚଳାଇବା ବା ଭୂଲ୍ ରାସ୍ତାରେ ଚଳାଇବା ଇତ୍ୟାଦି । ଦୁର୍ଘଟଣାରେ ଅଳ୍ପ ଆଘାତ ହୋଇଥିଲେ ମଧ୍ୟ ଛାତିରେ ଜୋରରେ ଆଘାତ ଲାଗିପାରେ, କିନ୍ତୁ କିଛିଲୋକ ଏହାକୁ ସାମାନ୍ୟ ଭାବି ଅଣଦେଖା କରନ୍ତି । ପରେ ଏହା ଭବିଷ୍ୟତରେ ଛାତିର ରୋଗଟି ଦେଖାଦିଏ ଓ ଛାତିରେ ଯନ୍ତ୍ରଣା ଅନୁଭୂତ ହୁଏ |

ଦୁର୍ଘଟଣା(Accident) ଜନିତ ଆଘାତର ଗମ୍ଭୀରତାକୁ ବୁଝନ୍ତୁ : 

ଛାତିରେ ଆଘାତ ହେଲେ ଏହା ସିଧସଳଖ ଛାତିର ପଞ୍ଜରା ହାଡ଼ ଉପରେ ପ୍ରଭାବ ପକାଇଥାଏ । କିନ୍ତୁ ଚିକିତ୍ସା ସମୟରେ କେବଳ ଛାତିରେ ସୃଷ୍ଟ ଦରଜ ସ୍ଥାନରେ ସମସ୍ତ ଧ୍ୟାନକେନ୍ଦ୍ରିତ ହୋଇଥାଏ, ଫଳରେ ପଞ୍ଜରାହାଡ଼ କଥା ମନରୁ ସମ୍ପୂର୍ଣ୍ଣ ଭାବରେ ମନରୁ ଚାଲିଯାଇଥାଏ ଓ ଛାତିର ଚିକତ୍ସା କରିବାକୁ ମନେହୁଏ ନାହିଁ । ତେଣୁ ଯଥାସମ୍ଭବ ପଞ୍ଜରାହାଡ଼ ପ୍ରତି ଧ୍ୟାନଦେଇ ଚିକିତ୍ସା କରାଇ ନିଅନ୍ତୁ, ଫଳରେ ଭବିଷ୍ୟତରେ ଆପଣଙ୍କୁ ପ୍ରଭାବ ପକାଇବ ନାହିଁ ।
HowMuchDamageCanAnAccidentalChestInjuryCause, Chest, Health, Accident, Death, Dangerious, KnowledgeOdia

ଆଘାତ ପାଇବାପରେ କ’ଣ କରିବେ : 

ଆଘାତ ପ୍ରାପ୍ତ ବ୍ୟକ୍ତି ଡେରି ନକରି ଯଥାସମ୍ଭବ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଇ ନିଅନ୍ତୁ । ନଜର ଦିଅନ୍ତୁ ଯେପରି ସେଠାରେ ଅନୁଭବି ଡକ୍ଟର ଥାଆନ୍ତି, ଯେପରିକି ଛାତି ସର୍ଜରୀ କରୁଥିବା ଡକ୍ଟର କିମ୍ବା ଜରୁରୀ ଚିକିତ୍ସା ଉପଲବ୍ଧ ଥିବ । କିଛି ଲୋକ ଛୋଟ ମେଡିକାଲରେ ଦେଖାଇ ସମୟ ସହିତ ଜୀବନକୁ ବିପଦ ମୁଖାକରି ଥାଆନ୍ତି । ତେଣୁ ଭଲ ଡାକ୍ତରଙ୍କୁ ଦେଖାଇବା ଅନିର୍ବାର୍ଯ୍ୟ ଅଟେ |

ଦୁର୍ଘଟଣା(Accident) ଜନିତ ଆଘାତ ପାଇବାପରେ ଚିକିତ୍ସା ନକଲେ କଣ ହବ ?

ଛାତିରେ ଆଘାତ ହେଲେ ଏହା ସାଧାରଣତଃ ପଞ୍ଜରା ଉପରେ ପ୍ରଭାବପଡ଼ିଥାଏ । ଲୋକେ ଛାତି ଦରଜ ପାଇଁ କେବଳ ଔଷଧ ନେଇଥାନ୍ତି କିନ୍ତୁ ପଞ୍ଜରା ଦରଜପାଇ କୌଣସି ଧ୍ୟାନ ଦେଉନାହାନ୍ତି ଯାହାଫଳରେ ଏହ ପରେ ପରେ ଫୁଲିବା ଆରମ୍ଭକରେ । ଏପରି ପରିସ୍ଥତିରେ ପଞ୍ଜରା ହାଡ଼ ଚାରିପଟେ ରକ୍ତଜମାଟ ବାନ୍ଧିଯାଏ ଓ ଶ୍ୱାସ କ୍ରିୟାରେ ବାଧାଉପୁଜେ । ଏହା ଦ୍ବାରା ଅନେକ ରୋଗୀ ମୃତୁବରଣ କରନ୍ତି । ତେଣୁ ବିଳମ୍ବ ନକରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ନଚେତ୍ ଏପରି ଛୋଟ ଆଘାତ ବଡ଼ଆକାର ନେଇପାରେ ।

ଚିକିତ୍ସାର ପ୍ରକ୍ରିୟା : 

ଛାତିରେ ଆଘାତ ହେଲେ ପ୍ରଥମେ ଶ୍ୱାସନଳୀରେ ଜମାଟ ବାନ୍ଧିଥିବା ରକ୍ତକୁ ବାହାର କରାଯାଇଥାଏ । ଯାହାଫଳରେ ପଞ୍ଜରା ଉପରେ କୌଣସି ପ୍ରଭାବ ପଡିନଥାଏ । ପଞ୍ଜରା ବିଶେଷ କ୍ଷତି ହୋଇନଥିଲେ ଏହା ଭଲ ହେବାକୁ ସପ୍ତାହ ସମୟ ଲାଗିଥାଏ, ଯଦି ଏହା କ୍ଷତ ବିକ୍ଷତ ହୋଇଥିବା ତେବେ ସର୍ଜରୀ ଦ୍ଵାରା ଏହାକୁ ଭଲକରାଯାଏ । ବେଳେବେଳେ ଆଘାତ ଲାଗିଲେ ଛାତି ଓ ପେଟ ମଧ୍ୟରେ  କିଛି ଅଂଶ ଫାଟି ଯାଇଥାଏ, ଫଳରେ ପେଟରେଥିବା ଅନ୍ତ ଛାତିକୁ ଚାଲିଯାଇ ଥାଏ, ଯାହାକି ପଞ୍ଜରା ଆବଦ୍ଧ କରିଦେଇଥାଏ । ଏ ଅବସ୍ଥାରେ ରୋଗୀକୁ ତୁରନ୍ତ ଡାକ୍ତଖାନା ନିଆଯିବା ଦରକାର, ସେଠାରେ ସର୍ଜରୀ ଦ୍ୱାରା ନିୟନ୍ତ୍ରଣକୁ ଅଣାଯାଏ ଓ ରୋଗୀକୁ ସମ୍ପୂର୍ଣ ସୁସ୍ଥ କରାଯାଏ |

Comment Below..

ଜାଣନ୍ତୁ ଫୁସଫୁସ୍ ରୋଗ ଟି.ବି.(Tubercle Bacillus) ବା ଯକ୍ଷ୍ମାର କାରଣ, ଲକ୍ଷଣ ଓ ଚିକତ୍ସା ପ୍ରଣାଳୀ |
Leave a Reply

Your email address will not be published.

You May Also Like

ଜାଣନ୍ତୁ ଫୁସଫୁସ୍ ରୋଗ ଟି.ବି.(Tubercle Bacillus) ବା ଯକ୍ଷ୍ମାର କାରଣ, ଲକ୍ଷଣ ଓ ଚିକତ୍ସା ପ୍ରଣାଳୀ |

ଟି.ବି.ର ପୂରା ନାମ ଟିଉବର୍କୁଲ୍ ବେଶିଲସ(Tubercle Bacillus) ବା ଟିଉବରକୁଲସୀସ(Tuberculosis)। ଏହା ହେଉଛି ଏକ ଡିଆରୋଗ ଏବଂ ଏହାକୁ ଯଦି ପ୍ରାରମ୍ଭିକ ଅବସ୍ଥାରେ ରୋକା…
Read More
Read More

ଜାଣନ୍ତୁ ରୋଗପ୍ରତିଷେଧକ ଶକ୍ତି (Immunity power)କୁ କିପରି ବୃଦ୍ଧି କରିବେ |

ଯଦି ଆମେ ବାରମ୍ବାର ରୋଗର ଶିକାର ହେଉ, ତେବେ ଡାକ୍ତର କୁହନ୍ତି ଯେ ଆପଣଙ୍କର ରୋଗପ୍ରତିଷେଧକ ଶକ୍ତି(Immunity power) କମ ଅଛି ତେଣୁ ଆପଣ…
Read More

କୋରନା ଭୁତାଣୁ(Corona Virus)ର ଲକ୍ଷଣ, ପ୍ରତିକାର ଏବଂ ଜାଣନ୍ତୁ ଏହା କିପରି ବ୍ୟାପିଥାଏ ଓ ବଂଶବିସ୍ତାର କରିଥାଏ |

     ମୁଖ୍ୟତଃ ଭୁତାଣୁ(Virus) ଜନିତ ରୋଗର ଲକ୍ଷଣ ସାଧାରଣ ହୋଇଥାଏ ଓ ପରେ ଏହା ଭୟଙ୍କର ରୂପ ନେଇଥାଏ | ସେହିପରି କୋରାନା…
Read More