ଆଜି ଆମେ ଜାଣିବା ଦୁନିଆର ଧନୀ ଶ୍ରେଣୀରେ ସାମିଲ ହୋଇଥିବା ଜଣେ ମହାନ୍ ବ୍ୟକ୍ତି ଓ ଭାରତର ବିଲ ଗେଟସ କୁହାଯାଉଥିବା ୱିପ୍ରୋ(Wipro) କମ୍ପାନୀର ଅଧ୍ୟକ୍ଷ(Chairman) ଅଜିମ୍ ପ୍ରେମଜୀ(Azim Premji), ଯିଏକି ବର୍ତ୍ତମାନ ଭାରତର ତୃତୀୟ ଓ ବିଶ୍ୱର 72 ତମ ଧନୀବ୍ୟକ୍ତି ଅଟନ୍ତି । ଅଜିମ୍ ପ୍ରେମଜୀ ତାଙ୍କ ପିତାଙ୍କର ଖାଇବା ତେଲ ଓ ସାବୁନ କମ୍ପାନୀକୁ ଆଜି ଏତେ ଆଗକୁ ନେଇଛନ୍ତି ଯେଉଁଥିରେ 1 ଲକ୍ଷ 81ହଜାର ଲୋକଙ୍କୁ ରୋଜଗାର ମିଳିପାରିଛି । ତାଙ୍କୁ ଭାରତର ଏକ ଦାନଵୀର ବୋଲି ମଧ୍ୟ କୁହାଯାଏ, କାରଣ ତାଙ୍କର ଆମଦାନୀର ଏକ ବଡ଼ ଭାଗ ସେ ଦେଶ ପାଇଁ ଦାନ କରିଦେଇଥାନ୍ତି । ସେ ଅଜିମ୍ ପ୍ରେମଜୀ ଫାଉଣ୍ଡେସନ(Azim Premji Foundation) ନାମରେ ଏକ ସଂସ୍ଥା ଖୋଲିଛନ୍ତି ଯିଏକି ଶିକ୍ଷାର ବୃଦ୍ଧି ପାଇଁ କୋଟି କୋଟି ଅର୍ଥ ଖର୍ଚ୍ଚ କରିଥାଏ ।
ଅଜିମ୍ ପ୍ରେମଜୀ(Azim Premji)ଙ୍କର ସଫଳତାର ଯାତ୍ରା:
1966ରେ ସେ ଯେତେବେଳେ 31ବର୍ଷ ହୋଇଥିଲା ଅଚାନକ ତାଙ୍କ ପିତାଙ୍କର ମୃତ୍ୟୁ ହୋଇଯାଇଥିଲା । ତେଣୁ ତାଙ୍କୁ ପାଠପଢ଼ା ଅଧରୁ ଛାଡ଼ି ଭାରତ ଆସିବାକୁ ପଡ଼ିଲା । ସେ ନିଜ ବାପାଙ୍କ ବ୍ୟାପାର(Business)କୁ ସମ୍ଭାଳିବାକୁ ନିଷ୍ପତ୍ତି ନେଇଥିଲେ । ସେ ବିଦେଶରେ ପଢିଥିଲେ ଓ ତାଙ୍କର ଏହି ଖାଇବାତେଲ ଓ ସାବୁନର ବ୍ୟାପାର ଉପରେ କିଛି ଜ୍ଞାନ ନଥିଲା, ତେଣୁ ଲୋକମାନେ ତାଙ୍କୁ ପ୍ରଥମେ ଭଲ କମ୍ପାନୀରେ ଚାକିରୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ସେ ତାଙ୍କ ବାପାଙ୍କ ବ୍ୟାପାରକୁ ସମ୍ଭାଳିବାକୁ ନିଷ୍ପତ୍ତି ନେଇଥିଲେ । ପରେ ତାଙ୍କର ନିଷ୍ଠା ଓ ପରିଶ୍ରମ ଦେଖି ସେହି ଲୋକମାନେ ବହୁତ ପ୍ରଶଂସା କରିଥିଲେ । ସେ ତାଙ୍କ କମ୍ପାନୀରେ ଖାଇବାତେଲ ଓ ସାବୁନ ସହ ଅନ୍ୟାନ୍ୟ ସାମଗ୍ରୀର ବି ବ୍ୟାପାର ଆରମ୍ଭ କରିଦେଇଥିଲେ ଓ 1977ରେ କମ୍ପାନୀର ନାମ ପରିବର୍ତ୍ତନ କରି ୱିପ୍ରୋ ପ୍ରଡକ୍ଟସ୍ ଲି.(Wipro Products Ltd) ରଖିଥିଲେ । ସେହି ସମୟରେ ଭାରତ ସୂଚନା ପ୍ରଯୁକ୍ତିବିଦ୍ୟା(IT) କ୍ଷେତ୍ରରେ ବହୁତ ପଛରେ ଥିଲା ଓ ସେହିକ୍ଷେତ୍ରରେ ଭଲ ଭବିଷ୍ୟତ କଥା ଭାବିଥିଲେ । ତେଣୁ ସେ ଏହି କ୍ଷେତ୍ରରେ କମ୍ପାନୀକୁ ବିସ୍ତାର କରିଥିଲେ । 198ରେ ପୁଣି କମ୍ପାନୀର ନାମ ପରିବର୍ତ୍ତନ କରି ୱିପ୍ରୋ ଲି.(Wipro Ltd.) ରଖିଥିଲେ । ତାଙ୍କ କମ୍ପାନୀ ଆମେରିକାର ଶତାବ୍ଦୀ କମ୍ପ୍ୟୁଟର ନିଗମ(Centennial Computer Corporation) ସହ ମିଶି ମିନି କମ୍ପ୍ୟୁଟର ତିଆରି କରୁଥିଲେ । ଦେଖୁଦେଖୁ କାରବାର ବଢ଼ିବାରେ ଲାଗିଲା ଓ ୱିପ୍ରୋ ଭାରତର ଏକ ବଡ଼ କମ୍ପାନୀ ହୋଇଯାଇଥିଲା । ତେଣୁ ଅଜିମ୍ ପ୍ରେମଜୀ(Azim Premji) 1999-2005 ପର୍ଯ୍ୟନ୍ତ ଭାରତର ସବୁଠୁ ଧନୀବ୍ୟକ୍ତି ହୋଇଥିଲେ ।
ସେ ଧନ ସହିତ ବହୁତ ସମ୍ମାନ ଅର୍ଜନ କରିଥିଲେ । ସେ ତାଙ୍କ କର୍ମଚାରୀଙ୍କ ପାଇଁ ଭଲ ମାଲିକ ବନିଯାଇଥିଲେ ଓ ଲୋକଙ୍କଠାରେ ଜଣେ ଭଲବ୍ୟକ୍ତିଟିଏ ହୋଇଯାଇଥିଲେ । 2001ରେ ସେ ଅଜିମ୍ ପ୍ରେମଜୀ ଫାଉଣ୍ଡେସନ(Azim Premji Foundation)ର ସ୍ଥାପନା କରିଥିଲେ । ଏହାର ଲକ୍ଷ୍ୟ ଥିଲା ଗରିବ ଲୋକଙ୍କୁ ସାହାଯ୍ୟ କରିବା । ଏହି ସଂସ୍ଥା ଦେଶର ବହୁ ରାଜ୍ୟର ସରକାରଙ୍କ ସହ ମିଶି ଶିକ୍ଷାର ଉନ୍ନତିରେ କାମ କରୁଛି । 2010ରେ ବିଶ୍ୱର ସର୍ବଶ୍ରେଷ୍ଠ ଦୁଇ ଧନୀବ୍ୟକ୍ତି ବିଲ ଗେଟସ(Bill Gates) ଓ ୱାରେନ୍ ବଫେଟ୍(Warren Buffet) ପ୍ରଦାନ ପ୍ରତିଶ୍ରୁତି(The Giving Pledge) ଅଭିଯାନ ଆରମ୍ଭ କରିଥିଲେ । ଏହି ଅଭିଯାନରେ ବଡ଼ ବଡ଼ ଧନୀ ବ୍ୟକ୍ତି ମାନଙ୍କୁ ପରୋପକାର ପାଇଁ ନିଜ ସମ୍ପତ୍ତିର କିଛି ଅଂଶ ଦାନ କରିବା ପାଇଁ ପ୍ରେରିତ କରୁଥିଲା । ପ୍ରେମଜୀ ଏହି ଅଭିଯାନରେ ସାମିଲ ହୋଇଥିବା ପ୍ରଥମ ଭାରତୀୟ ଥିଲେ ଓ 2013ରେ ତାଙ୍କ ସମ୍ପତ୍ତିର ୨୫ପ୍ରତିସଦ(25%) ଦାନ କରିଦେଇଥିଲେ । ତାଙ୍କ ମତରେ ଯଦି ଭଗବାନ ଆମକୁ ସମ୍ପତି ଦେଇଛନ୍ତି ତେବେ ଆମକୁ ଅନ୍ୟର ଉପକାର ଉପରେ ଚିନ୍ତା କରିବା ଆବଶ୍ୟକ(If God has given us wealth, we need to think about the good of others) ।
Share With Your Friends..