ଟି.ବି.ର ପୂରା ନାମ ଟିଉବର୍କୁଲ୍ ବେଶିଲସ(Tubercle Bacillus) ବା ଟିଉବରକୁଲସୀସ(Tuberculosis)। ଏହା ହେଉଛି ଏକ ଡିଆରୋଗ ଏବଂ ଏହାକୁ ଯଦି ପ୍ରାରମ୍ଭିକ ଅବସ୍ଥାରେ ରୋକା ନଯାଏ ତେବେ ଏହା ଘାତକ ପରିସ୍ଥିତି ସୃଷ୍ଟି କରିପାରେ । ଏ ରୋଗ ବ୍ୟକ୍ତିକୁ ଧୀରେ ଧୀରେ ମାରିବାକୁ ଲାଗିଥାଏ । ପୃଥିବୀର ପ୍ରାୟ 6-7 କୋଟି ଲୋକ ଏହି ରୋଗରେ ଗ୍ରସ୍ଥ ଏବଂ ପ୍ରତ୍ୟେକ ବର୍ଷ 15-20 ଲକ୍ଷ ଲୋକ ଏହି ରୋଗରେ ମୃତ୍ୟୁବରଣ କରୁଛନ୍ତି । ଦେଶରେ ପ୍ରତେକ 3 ମିନିଟରେ ଦୁଇ ଜଣ ଟି.ବି. ରୋଗୀ ମୃତୁମୁଖରେ ପଡନ୍ତି । ପ୍ରତିଦିନ 40 ହଜାର ଲୋକ ଏ ରୋଗରେ ସଂକ୍ରମିତ । ଏହି ରୋଗ ଜୀବାଣୁ(Bacteria) ଦ୍ଵାରା ସଂକ୍ରମିତ ହୁଏ । ଏହାକୁ ଫୁସଫୁସ୍ ରୋଗ ମଧ୍ୟ କହନ୍ତି । କିନ୍ତୁ ଏହା ଫୁସଫୁସରୁ ରକ୍ତପ୍ରବାହ ସହିତ ଶରୀରର ଅନ୍ୟ ଭାଗରେ ମଧ୍ୟ ବ୍ୟପିଯାଇପରେ । ଟି.ବି.ର ଜୀବାଣୁ(Bacteria) ଶ୍ୱାସ ଦ୍ଵାରା ଶରୀରରେ ପ୍ରବେଶ କରନ୍ତି । କୌଣସି ରୋଗୀ କାଷିଲେ, କଥା କହିଲେ, ଛିଙ୍କିଲେ, କିମ୍ବା ଛେପ ପକାଇଲେ କଫର ଛୋଟ ଛୋଟ ବୁନ୍ଦା ବାୟୁରେ ବିସ୍ତାରିତ ହୋଇଯାଆନ୍ତି । ଯେଉଁଥିରେ ଥିବା ଜୀବାଣୁ(Bacteria) କେତେ ଘଣ୍ଟା ପର୍ଯ୍ୟନ୍ତ ବାୟୁରେ ରହିପରନ୍ତି ଏବଂ ଯେତେବଳେ ସୁସ୍ଥବ୍ୟକ୍ତି ଶ୍ୱାସ ଗ୍ରହଣ କରେ । ସେତେବେଳେ ତା ଦେହରେ ପ୍ରବେଶ କରି ରୋଗ ସୃଷ୍ଟି କରାଇଥାଏ । ଗାଈ ପାଖରେ ମଧ୍ୟ ଟି.ବି. ରୋଗ ଦେଖାଦେଇଥାଏ । ତା’ର କ୍ଷୀରରେ ଏଇ ଜୀବାଣୁ ବାହାରନ୍ତି ଏବଂ ଫୁଟା ନ ହେଇଥିବା କ୍ଷୀରକୁ ଯଦି ଜଣେ ପିଏ, ତେବେ ତାକୁ ମଧ୍ୟ ଟି.ବି. ରୋଗ ହୋଇଥାଏ ।
ଟି.ବି.(Tubercle Bacillus) ବା ଯକ୍ଷ୍ମା ରୋଗର କାରଣ :
ଟି.ବି.(Tubercle Bacillus) ରୋଗର ବ୍ୟାପକତା (Prevalence):
ଟି.ବି.(Tubercle Bacillus) ରୋଗର ଲକ୍ଷଣ(Symptoms) :
ଟି.ବି.(Tubercle Bacillus) ରୋଗର ଉପଚାର(Treatment):
କୋରନା ଭୁତାଣୁ(Corona Virus)ର ଲକ୍ଷଣ, ପ୍ରତିକାର ଏବଂ ଜଣାନ୍ତୁ ଏହା କିପରି ବ୍ୟାପିଥାଏ ଓ ବଂଶବିସ୍ତାର କରିଥାଏ |