ଜାଣନ୍ତୁ ନାନୋଟେକ୍ନୋଲୋଜି(Nanotechnology)ରେ କ୍ୟାରିୟର(Career) କିପରି କରିବେ |

Learn How to Career in Nanotechnology, Career, Nanotechnology, Science and Technology, Future Science, BioScience, KnowledgeOdia

ନାନୋଟେକ୍ନୋଲୋଜି(Nanotechnology) କ’ଣ ?

ନାନୋ ଅର୍ଥାତ ଛୋଟ, ଏହିପରି ନାନୋଟେକ୍ନୋଲୋଜିରେ ଛୋଟ ଛୋଟ କଣିକା(Particles)କୁ ଉପଯୋଗ କରାଯାଏ | ନାନୋଟେକ୍ନୋଲୋଜି(Nanotechnology) ବହୁ ବିଜ୍ଞାନ କ୍ଷେତ୍ରରେ ବ୍ୟବହାର ହୋଇଥାଏ ଯେପରି ଭୌତିକ ବିଜ୍ଞାନ(Physics), ରାସାୟନିକ ବିଜ୍ଞାନ(Chemistry), ଜୀବ ବିଜ୍ଞାନ(Biology) ଏବଂ ଚିକତ୍ସା ବିଜ୍ଞାନ(Medical Science)ରେ ମଧ୍ୟ ଉପଯୋଗ ହୋଇଥାଏ | ଏହି ଟେକ୍ନୋଲୋଜି ଭବିଷ୍ୟତରେ ବିଜ୍ଞାନର ନୂତନ ପରିଚୟ ଦେବ | କାରଣ ଏହି ଟେକ୍ନୋଲୋଜି ଦ୍ଵାରା କମ ଶକ୍ତି, କମ ଖର୍ଚ୍ଚରେ ବିଭିନ୍ନ ବ୍ୟବହାରିକ ଉପକରଣ ତିଆରି ହୋଇପାରିବ ଏବଂ ଚିକତ୍ସା ବିଜ୍ଞାନ କ୍ଷେତ୍ରରେ ମଧ୍ୟ ବହୁ ଉନ୍ନତି ଆଣିପାରିବ | ଏହି କ୍ଷେତ୍ରରେ ବହୁତ ଚାହିଦା ଅଛି | ଏହି କ୍ଷେତ୍ରରେ କ୍ୟାରିଅର କଲେ ଭଲ ଚାକିରୀ ପାଇପାରିବେ |

କେଉଁ କେଉଁ କ୍ଷେତ୍ରରେ ଚାକିରୀ ପାଇପାରିବେ ?

ନାନୋ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି (Nano Science & Technology), ଚିକତ୍ସା ବିଜ୍ଞାନ (Medical Science), ପରିବେଶ ବିଜ୍ଞାନ (Environmental Science), ବୈଦୁତିକ (Electronics), ପ୍ରସାଧନ ସାମଗ୍ରୀ (Cosmetics), ସୁରକ୍ଷା (Security), କପଡା(Fabric), କୃଷି (Agriculture), ପ୍ରତିରକ୍ଷା ଶିକ୍ଷା (Defence Education), ଗବେଷଣା (Research) ପରି ବହୁ କ୍ଷେତ୍ରରେ କ୍ୟାରିୟର(Career) କରିପାରିବେ । 

ନାନୋଟେକ୍ନୋଲୋଜି(Nanotechnology)ରେ ଆପଣ କ’ଣ କ’ଣ କୋର୍ସ କରିପାରିବେ ?

ଏହି କ୍ଷେତ୍ରରେ ସ୍ନାତକ(Graduation) ଯେପରି ବି.ଇ (BE Nanotechnology), ବି.ଟେକ (B.Tech Nanotechnology), ଏବଂ ପି.ଜି.(PG/Master Degree) କରିପାରିବେ ଯେପରି ଏମ.ଟେକ (M.Tech Nanotechnology), ଏମ.ଏସସି. (M.Sc Nanotechnology)

Learn How to Career in Nanotechnology, Career, Nanotechnology, Science and Technology, Future Science, BioScience, KnowledgeOdia

ଯୋଗ୍ୟତା(Qualification):

ଯଦି ଏହି କ୍ଷେତ୍ରରେ କ୍ୟାରିୟର କରିବାକୁ ଚାହୁଁଛନ୍ତି ତେବେ 10+2 ପରେ ସ୍ନାତକ(Graduation) ପଦାର୍ଥ ବିଜ୍ଞାନ(Physics), ରସାୟନ ବିଜ୍ଞାନ(Chemistry), ଗଣିତ(Mathematics)ରେ ପାସ କରିପାରିବା ଜରୁରୀ ଅଟେ | ଏହା ପରେ ପ୍ରବେଶ ପରୀକ୍ଷା(Entrance Exam) ପାସ କରିବାକୁ ପଡିବ ଓ ନାନୋଟେକ୍ନୋଲୋଜିରେ ଏମ.ଏସସି.(M.Sc) କରିପାରିବେ | ଯଦି ନାନୋଟେକ୍ନୋଲୋଜିରେ ଏମ.ଟେକ.(M.Tech) କରିବାକୁ ଚାହୁଁଛନ୍ତି ତେବେ ବାୟୋଟେକ୍ନୋଲୋଜି(Biotechnology), ବୈଦୁତିକ ଏବଂ କମ୍ପ୍ୟୁଟର ବିଜ୍ଞାନ(Electronics & Computer Science), ବସ୍ତୁ ବିଜ୍ଞାନ(Material Science), ଯାନ୍ତ୍ରିକ(Mechanical), ବାୟୋ ମେଡିକାଲ୍ (Bio-Medical), ରାସାୟନିକ(Chemical)ରେ ବି.ଟେକ(B.Tech) କରିବାକୁ ପଡିବ | ପି.ଜି.(PG/Master Degree) କରିବାପରେ ଏହି କ୍ଷେତ୍ରରେ ପିଏଚ.ଡି. (PhD) କରିପାରିବେ |

ଦରମା(Salary):

ଏଥିରେ ପ୍ରାରମ୍ଭିକ ଦରମା 30-40 ହଜାର ମଧ୍ୟରେ ହୋଇଥାଏ | ଏହି କ୍ଷେତ୍ରରେ ଭଲ ଦରମା ମିଳିଥାଏ ଏବଂ ଆପଣଙ୍କ କାର୍ଯ୍ୟ ଦକ୍ଷତା ହିସାବରେ ବୃଦ୍ଧି ହୋଇଥାଏ |

ଭାରତରେ ଶିକ୍ଷାନୁଷ୍ଠାନ(Educational Institution):

  • ଦିଲ୍ଲୀ ବିଶ୍ୱବିଦ୍ୟାଳୟ, ଦିଲ୍ଲୀ (Delhi University, Delhi)
  • ପୁନେ ବିଶ୍ୱବିଦ୍ୟାଳୟ. ପୁନେ(Pune University, Pune)
  • ଆଇ.ଆଇ.ଟି.-ରୁର୍କି, ମୁମ୍ବାଇ, ଗୁଆହାଟି ଏବଂ କାନପୁର(IIT-Roorkee,Mumbai,Guwahati & Kanpur)
  • ଜବାହାରଲାଲ ନେହୁରୁ ସେଣ୍ଟର ଫର ଆଡ଼ଭାନ୍ସଡ଼ ସାଇଣ୍ଟିଫିକ ରିସର୍ଚ୍ଚ , ବେଙ୍ଗଲୁର (Jawaharlal Nehru Centre for Advanced scientific Research, Bengaluru)
  • ଅମିଟି ବିଶ୍ୱବିଦ୍ୟାଳୟ, ଗୁରଗାଓଁ(Amity University, Gurgaon)
  • ୟୁନିଭର୍ସିଟି ଅଫ ଟେକ୍ନୋଲୋଜି, ଜୟପୁର (University of Technology, Jaipur)
  • ବି.ଆଇ.ଟି.ଏସ, ହାଇଦ୍ରାବାଦ(BITS, Hyderabad)
ଏବଂ ନିଜର ଇଛା ମୁତାବକ ବହୁ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ମାନଙ୍କରେ ଶିକ୍ଷାଗ୍ରହଣ କରିପାରିବେ ଅଛି |
Leave a Reply

Your email address will not be published.

You May Also Like
Read More

ଜାଣନ୍ତୁ ଡିଜିଟାଲ ମାର୍କେଟିଙ୍ଗ(Digital Marketing) ଦ୍ୱାରା କିପରି ବ୍ୟବସାୟ ବୃଦ୍ଧିକରିପାରିବେ ?

ଦୁନିଆରେ କୋଟି କୋଟି ଲୋକ ଇଣ୍ଟରନେଟ(Internet)ର ବ୍ୟବହାର କରୁଛନ୍ତି | ବର୍ତମାନ ଏହାଦ୍ୱାରା ଜିନିଷ କିଣିବା ଏବଂ ବିକ୍ରୀକରିବା ମଧ୍ୟ ହେଉଛି | ପୂର୍ବଭଳି ଲୋକମାନେ…
Read More

ପରାମେଡିକାଲ(Paramedical)ରେ କିପରି କ୍ୟାରିୟର(Career) କରିବେ ?

ପାରାମେଡିକାଲ(Paramedical) କ’ଣ ?    ଆପଣ ମେଡିକାଲର ନାମ ଶୁଣିଥିବେ କିନ୍ତୁ ପାରାମେଡିକାଲ(Paramedical)ର ନାମ କମ ଲୋକ  ହିଁ ଜାଣିଥିବେ | ଯଦି ଆପଣ ମେଡିକାଲ(Medical) କ୍ଷେତ୍ରରେ…
Read More
Read More

ଗେମ ଡେଭେଲପମେଣ୍ଟ (Game Development) ରେ କ୍ୟାରିୟର(Career) କିପରି କରିବେ.

ବର୍ତ୍ତମାନ କମ୍ପୁଟରର ଦୁନିଆ ଏବେ ସବୁ କାମ କମ୍ପୁଟରରେ କରାଯାଏ | ଏପରିକି ଆଜିକାଲି ବିଭିନ ଗେମ ମଧ୍ୟ କମ୍ପୁଟର ଓ ସ୍ମାର୍ଟଫୋନରେ ଖେଳାଯାଏ |…
Read More

ଜାଣନ୍ତୁ ମାନବାଧିକାର(Human Rights)ରେ କ୍ୟାରିୟର(Career) କିପରି କରିବେ.

ମାନବାଧିକାର(Human Rights) କ୍ଷେତ୍ରକୁ ଅନ୍ୟତମ ସମାଜସେବା ବୋଲି କୁହାଯାଇ ଥାଏ । ମାତ୍ର ଏହି ସମାଜସେବା ସେତେଟା ସାରଳା ନୁହେଁ। ଏବେ ପ୍ରତିଟି ଅଫିସରେ…
Read More