ମାନବାଧିକାର(Human Rights) କ୍ଷେତ୍ରକୁ ଅନ୍ୟତମ ସମାଜସେବା ବୋଲି କୁହାଯାଇ ଥାଏ । ମାତ୍ର ଏହି ସମାଜସେବା ସେତେଟା ସାରଳା ନୁହେଁ। ଏବେ ପ୍ରତିଟି ଅଫିସରେ ଏହି ସେବାର ଆବଶ୍ୟକତା ଉପଲବ୍ଧି ହେଉଛି । ଫଳରେ ଏହି କ୍ଷେତ୍ରରେ ନିଯୁକ୍ତି ପରିସର ବୃଦ୍ଧିପାଉଛି । ତେଣୁ ଆପଣ ଚାହିଁଲେ ଏହି କ୍ଷେତ୍ରରେ କ୍ୟାରିଅର କରିପାରିବେ। ତେବେ ମାନବାଧିକାର କ’ଣ ଓ କାହିଁକି କରିବେ ମାନବାଧିକାରରେ କ୍ୟାରିଅର(Career) କରିବେ ? ଜାଣନ୍ତୁ..
ମାନବାଧିକାର(Human Rights) କ’ଣ ?
ମାନବାଧିକାର ମନୁଷ୍ୟର ଅସ୍ତିତ୍ଵ ଓ ସାମ୍ବିଧାନିକ ଅଧିକାର । ମନୁଷ୍ୟ ଜନ୍ମ ହେବାପରେ ପ୍ରକୃତି ତାକୁ କିଛି ଅଧିକାର ଦେଇଥାଏ। ଯାହା ମନୁଷ୍ୟଠାରୁ କିଏ ଛଡାଇ ନେଇପାରିବ ନାହିଁ। ଏହି ମାନବାଧିକାର ଗୁଡ଼ିକ ମଧ୍ୟରେ ସମ୍ମାନରେ ବଞ୍ଚିବା, ସାମାଜିକ ସାମ୍ବିଧାନିକ ବ୍ୟବସ୍ଥାରେ ମଣିଷ ସ୍ଵାଧୀନ ଭାବରେ ଜୀବନ ଅତବାହିତ କରିବା ହେଉଛି ପ୍ରମୁଖ । ମାନବର ବିକାଶ ସହ ଏଗୁଡ଼ିକ ବିକାଶ ହୋଇଥାଏ । ମାନବାଧିକାର କେବଳ ଆମ ଅଧିକାର ସାବ୍ୟସ୍ତ କରିବାକୁ ଦିଏନି ବରଂ ତାସହିତ ଭଲ ରୋଜୋଗରର ଜରିଆ ଦେଇଥାଏ । ତେବେ ଏହି କ୍ଷେତ୍ରରେ ପୂର୍ବାପେକ୍ଷା ବହୁ ପ୍ରଗତି ହେଇଛି । ତେବେ ସରକାରୀ କ୍ଷେତ୍ରରେ ଏହାର ପ୍ରାଧାନ୍ୟ ଏତେଟା ବଢିନାହି ।
ମାନବାଧିକାର(Human Rights)ରେ କ’ଣ କରିବେ ?
ମାନବାଧିକାର କ୍ଷେତ୍ରରେ ଭିନ୍ନ ଭିନ୍ନ ଚାକିରି ରହିଛି । ମାନବୀୟ ଅଧିକାର ଉଲଂଘନ କୁ ରୋକିବା ପାଇଁ ରିସର୍ଚ୍ଚ କରିବା, ମାନବାଧିକାର ବିକାଶ କରିବା, ରିପୋର୍ଟ ଲେଖିବା, ପୀଡ଼ିତଙ୍କ ପାଇଁ ମକଦ୍ଦମା ଲଢ଼ିବା, ଓ ଏହି କ୍ଷେତ୍ରରେ ପ୍ରଚାର ପ୍ରସାର କରିବା ପରି କାମ କରିବାକୁ ପଡ଼ିଥାଏ ।
କ’ଣ କ’ଣ ପଦବୀ ପାଇପାରିବେ ?
ଏହି କ୍ଷେତ୍ରରେ ଆପଣ ମାନବାଧିକାର କର୍ମୀ(Human rights activist), ଡିଫେଣ୍ଡର(defender), ମାନବାଧିକାର ବିଶ୍ଳେଷକ(Human rights analyst), ଗବେଷକ(Researcher), ପ୍ରୋଗ୍ରାମର୍(Programmer), ଓକିଲ(Advocate),ପରାମର୍ଶଦାତା(Consultant), ପ୍ରଚାରକ(Campaigner), ପରିଚାଳକ(Manager).
ଚାକିରି :
ଯୁବପିଢି ଙ୍କ ପାଇଁ ଏହି କ୍ଷେତ୍ର ବେଶ୍ ଉପଯୋଗୀ ହୋଇପାରିବ । ମାନବାଧିକାରରେ ଡିପ୍ଲୋମା(Diploma), ଡିଗ୍ରୀ(Degree) ବା ପ୍ରମାଣପତ୍ର ପାଠ୍ୟକ୍ରମ(Certificate Course) କରି ନିଜର କ୍ୟାରିୟର ଆରମ୍ଭ କରିପାରିବେ । ଏବେ ଦେଶବିଦେଶର କେତେକ ସରକାରୀ ଓ ବେସରକାରୀ ତଥା ଅନ୍ତରଷ୍ଟ୍ରୀୟ ସଂସ୍ଥା ଗୁଡିକରେ ଏହାର ପ୍ରାଧାନ୍ୟ ବଢ଼ିବାରେ ଲାଗିଛି । ଆପଣ ସରକାରୀ ସଂସ୍ଥା ଯଥା ଜାତୀୟ ମାନବାଧିକାର କମିଶନ(National Human Rights Commission), ରାଜ୍ୟ ମାନବାଧିକାର କମିଶନ(State Human Rights Commission) ଆଦିରେ କାମ କରିପାରିବେ । ଏହା ବ୍ୟତୀତ କେତେକ ଅନ୍ତରାଷ୍ଟ୍ରୀୟ ଆପଣ କାମ କରିପାରିବା ସୁଯୋଗ ପାଇପାରିବେ ।
ଯୋଗ୍ୟତା:
ମାନବାଧିକାରରେ କିଛି କୋର୍ସ କରି କ୍ୟାରିଅର ଆରମ୍ଭ କରିପାରିବେ । ଏଥିପାଇଁ ଆପଣଙ୍କର ସର୍ବନିମ୍ନ ଯୋଗ୍ୟତା +୨ ହୋଇଥିବା ଦରକାର । ଏଥିରେ ତିନି ବର୍ଷର ଡିଗ୍ରୀ କୋର୍ସ କରିପାରିବେ । ଆପଣ ଚାହିଲେ ଏଥିରେ ସ୍ନାତକୋତ୍ତର(Bachelor’s degree) କରିପାରିବେ । ଏହି କ୍ଷେତ୍ରରେ ଆପଣଙ୍କୁ ଶିକ୍ଷାଗତ ଯୋଗ୍ୟତା ସହିତ ଭଲ ଲେଖିବା(Writing), ଆଇନ ସମନ୍ଧୀୟ ଜ୍ଞାନ ରହିବା ଦରକାର, ମେନେଜମେଣ୍ଟ(Management)ରେ କିଛି ଜ୍ଞାନ, ଡକ୍ୟୁମେଣ୍ଟସନ(Documentation), ଟିମରେ କାମ(Team Work) କରୁଥିବା ଅଭ୍ୟାସ, ନେଟୱର୍କିଂ ସ୍କିଲ(Networking Skill) ଓ ରିପୋଟିଂ ସ୍କିଲ(Reporting Skill) ଥିବା ଜରୁରୀ। ଏ ସବୁ ଜ୍ଞାନ ଭଲ ଥିଲେ ଆପଣ ଏ କ୍ଷେତ୍ରରେ କ୍ୟାରିଅର କରିପାରିବେ ।
ଦରମା:
ଏହି କ୍ଷେତ୍ରରେ କେତେ ଦରମା ପାଇପାରିବେ ତାହା ଅପଣଙ୍କ କାର୍ଯ୍ୟ ଦକ୍ଷତା ଉପରେ ନିର୍ଭର କରିଥାଏ । ଆପଣ ସରକାରୀ ବା ବେସରକାରୀ କିମ୍ବା ଅନ୍ତରାଷ୍ଟିୟ କାମ କରିପାରିବେ, ସେହି ହିସାବରେ ଆପଣଙ୍କର ଦରମା ରହିବ |
ଅଧିକ ଜାଣିବାପାଇଁ ଜାତୀୟ ମାନବାଧିକାର କମିଶନ(National Human Rights Commission) ୱେବସାଇଟକୁ ଯାଆନ୍ତୁ |