୧. ଏଲମର ମ୍ୟାକ୍କଡ଼ି(Elmeer Mc. Curdy):
୧୯୧୧ ମସିହାରେ ଆମେରିକାର ଓକାଲାହାମା(Oklahoma)ଠାରେ ଏକ ଗୁଳିମାଡ଼ରେ ମୃତୁବରଣ କରିଥିବା ଏଲମର ମ୍ୟାକ୍କଡ଼ିଙ୍କ ଶବର କେହି ଦାବିଦାର ନଥିଲେ । ତାଙ୍କ ଶବଟିକୁ ପାଇଥିବା ବ୍ୟକ୍ତି ଏହାକୁ ମମି ରୂପରେ ରୂପାନ୍ତରିତ କରିବାକୁ ନିଷ୍ପତ୍ତି ନେଇଥିଲା । ପରେ ଏଲମର ମ୍ୟାକ୍କଡ଼ିଙ୍କ ଭାଇ ମମିଟିକୁ ନେବାକୁ ଦାବି କରିଥିଲେ । କିନ୍ତୁ ଲୋକଟି ଏହାକୁ କର୍ଲିଫାନିଆ ମିଉଜିୟମ(California Museum)କୁ ବିକ୍ରି କରିଦେଇଥିଲେ ।
୨. ଭ୍ଲାଦିମର ଲେନୀନ(Vladimir Lenin):
ରୁଷିଆର ଜଣାଶୁଣା ରାଜନୈତିକ ନେତା ଭ୍ଲାଦିମର ଲେନୀନ(Vladimir Lenin)ଙ୍କ ୧୯୨୪ ମସିହାରେ ହୃଦଘାତରେ ମୃତୁହେଲାପରେ ତାଙ୍କ ମାର ଶରୀରକୁ ମମିରେ ପରିଣତ କରାଯାଇଥିଲା। ତାଙ୍କ ମମିକୁ ଲେନିନ ମିଉଜିୟମ(Lenin Museum)ରେ ରଖାଯାଇଥିଲା।
୩. ସେଣ୍ଟ ବର୍ନାଡେଟ୍(St. Bernadette):
୪. ଜୁଆନିତା(Juanita):
୧୯୯୫ ମସିହାରେ ବରଫ ପାହାଡ଼ ତଳୁ ଅବିସ୍କୃତ ହୋଇଥିବା ପେରୁର ଜୁଆନିତାଙ୍କର ୫୦୦ ବର୍ଷ ତଳେ ମୃତୁ ଘଟିଥିଲା। ବରଫ ତଳେ ତାଙ୍କ ଶରୀରର ବିଭିନ୍ନ ଅଂଶ କେଶ, ଚର୍ମ ଓ ରକ୍ତ ୫୦୦ ବର୍ଷ ଧରି ସତେଜ ଥିଲା । ଜୁଆନିତାଙ୍କ ଶବ ଆବିଷ୍କୃତ ହେବା ପରେ ଡାକ୍ତରୀ ଦଳ ୫୦୦ ବର୍ଷ ତଳର ଘଟଣା ବିଷୟରେ ଅନେକ ତଥ୍ୟ ହାସଲ କରିଥିଲେ । ପେରୂ ମିଉଜିୟମ(Peru Museum)ରେ ଜୁଆନିତାଙ୍କ ମମିକୁ ଦେଖିବାକୁ ଗହଳି ହୋଇଥାଏ ।
୫. ଓଜି ଦି ଆଇସମ୍ୟାନ(Otzi The Iceman):
୬. ଜିଞ୍ଜର(Jinjer):
୫୦୦୦ବର୍ଷ ତଳର ଏହି ମାମିଟି ମିଶରରେ ମିଳିଥିଲା । ଏହି ମମିଟି ଅଧପୋଡ଼ା ଅବସ୍ଥାରେ ଥିବାରୁ ପ୍ରଥମେ ଏହାକୁ ପୋଡିଦେବାର ନିଷ୍ପତ୍ତି ହୋଇଥିଲା ଓ ପରେ ଏହାକୁ ମମିରେ ପରିଣତ କରିବାର ନିଷ୍ପତ୍ତି ନିଆଯାଇଥିଲା । ଏହାର କିଛି କିଛି ମାଂସ ପୋଡ଼ି ଯାଇଛି । ଏହି ମାମିଟି ଜିଞ୍ଜର(Jinjer) ନାମରେ ପ୍ରସିଦ୍ଧ । ଏହାର କେଶ ଓ ନଖଗୁଡିକ ଜୀବନ୍ତ ଭଳି ଦିଶେ । ବ୍ରିଟିଶ ମିଉଜିୟମ(British Museum)ରେ ଏହି ମମିଟି ରହିଛି ।
୭. ଟଲ୍ୟାଣ୍ଡ ମ୍ୟାନ(Tollund Man):
ଖି.ପୂ. ଚତୁର୍ଥ ଶତାବ୍ଦୀର ଏହି ମମିଟି ୧୮୫୦ ମସିହାରେ ଆବିଷ୍କୃତ ହୋଇଥିଲା । ଏହି ଲୋକଟି ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ଏହାର ବେକରେ ରାଶି ଲାଗିଥିବାରୁ ଏପରି ଅନୁମାନ କରାଯାଉଛି । ଏହି ମମିଟି ଡେନମାର୍କର ମିଉଜିୟମ(Denmark Museum)ରେ ରହିଛି ।
୮. ରୋଜାଲିଏ ଲୋମ୍ବାଡ(Rosalia Lombardo):
୧୯୧୮ରେ ଜନ୍ମଗ୍ରହଣ କରିଥିବା ଏହି ବାଳିକାଟି ଦୁଇ ବର୍ଷପରେ ମୃତୁବରଣ କରିଥିଲା । ଏହି ମୃତୁରେ ବାଳିକାଟିର ବାପା ମର୍ମାହତ ହୋଇପଡ଼ିଥିଲେ। ନିଜ ଝିଅର ଶରୀରକୁ ସୁରକ୍ଷିତ ରଖିବାକୁ ଏକ ପ୍ରସିଦ୍ଧ ଡକ୍ଟରଙ୍କ ସହାୟତା ନେଇଥିଲେ ଓ ସେହି ଡାକ୍ତରଙ୍କ ସହାୟତାରେ ଏପରି ଭାବରେ ସରକ୍ଷିତ ରଖିଛନ୍ତିଯେ, କେହି ଦେଖିଲେ ଲାଗିବ ଯେମିତି ଝିଅଟି ନିଶ୍ଚିନ୍ତରେ ଶୋଇଛି । ସିସିଲିର ମିଉଜିୟମ(Sicily Museum)ରେ ଏହି ମମିଟିକୁ ରଖାଯାଇଛି ।
୯. ରାଜା ତୁତଙ୍ଗାମୁନ(King Tutangamun):
ଖି.ପୂ. ୧୩୨୩ରେ ମିଶରର ରାଜା ଫାରୋ ତୁତଙ୍ଗାମୁନଙ୍କର ମୃତୁହେଇଥିଲା । ତାଙ୍କର ମୃତ୍ୟୁ କିପରି ହୋଇଥିଲା ବିଶେଷଜ୍ଞମାନେ ଠିକରେ କହିପରୁନାହାନ୍ତି। କେହି କେହି ଏହାକୁ ହତ୍ୟା କହୁଥିବା ବେଳେ କେହି କେହି ଏହାକୁ ଦୁର୍ଘଟଣା କହୁଛନ୍ତି । ମାତ୍ର ୯ ବର୍ଷ ବୟସରେ ଫାରୋ(ମିଶରର ରାଜାଙ୍କୁ କୁହାଯାଏ) ହୋଇଥିବା ତୁତଙ୍ଗାମୁନଙ୍କର ମାତ୍ର ୧୯ ବର୍ଷ ବୟସରେ ମୃତୁ ହୋଇଥିଲା । ମୃତୁପରେ ତାଙ୍କ ମାରଶରୀରକୁ ସଂରକ୍ଷଣ କରାଯାଇ ମମିରେ ପରିଣତ କରାଯାଇଥିଲା । ୧୯୨୨ରେ ତାଙ୍କ ମମିଟି ଆବିଷ୍କୃତ ହୋଇଥିଲା । ସେହି ମମିଟି ଏବେ କାଏରୋ ମିଉଜିୟମ(kiara Museum)ରେ ରହିଛି ।
୧୦. ଲେଡି ଡାଇ(Lady Dai):
ଚାଇନିଜ୍ ଦ୍ଵାରା ଲେଡି ଡାଇଙ୍କର ମମିଟି ୧୯୭୧ରେ ଆବିଷ୍କୃତ ହୋଇଥିଲା । ଏହି ମମିଟି ୨୦୦୦ ବର୍ଷ ତଳର । ଚୀନ୍ ଶାସକଙ୍କୁ ପତ୍ନୀ କିନ ଯୁଇ(ଲେଡି ଡାଇ) ଅତ୍ୟନ୍ତ ସୁନ୍ଦର ଥିଲେ । ମୃତୁକୁ ନେଇ ଠିକ୍ ତଥ୍ୟ ନଥିଲେ ମଧ୍ୟ ତାଙ୍କର ଶରୀରରେ କୁକୁର କାମୁଡ଼ାର ଦାଗ ଅଛି । ମୃତୁପରେ ଶରୀରକୁ ସୁନ୍ଦର ଭାବରେ ସଂରକ୍ଷିତ କରିଥିବା ଯୋଗୁଁ ତାଙ୍କ ଚର୍ମ ନରମ ଓ ସତେଜ ଅଛି । କେଶ ଗୁଡ଼ିକ ମଧ୍ୟ ଜୀବନ୍ତ ଲୋକଟିଏ ପରି ରହିଛି । ଡାକ୍ତରୀ ଦଳ ଅନୁଧ୍ୟାନ କରି ଜାଣିଥିଲେ ଯେ, ହୃଦୟରେ ଚର୍ବି ଜମିଯାଇଥିବାରୁ ଲେଡି ଡାଇଙ୍କର ମୃତୁ ହୋଇଥିଲା । ଚିନର ହୁନାନ ପ୍ରୋଭିନସିଆଲ ମିଉଜିୟମ (Provincial Museum)ରେ ଏହି ମମିଟି ରହିଛି ।