ଜଣେ ଏମିତି ଏକ ମଣିଷ ଯାହାର ଚିନ୍ତା ଧାରା ସମ୍ପୂର୍ଣ ଅଲଗା ସେ ଏପରି କାମରେ ଲିପ୍ତ ରହିଥାନ୍ତି ଯାହା ଦୁନିଆ ବଦଳାଇ ପାରିବ |ଇଲନ ମଷ୍କ(Elon Musk) ଜଣେ ଏମିତି ଏକ ମଣିଷ ଯାହାକୁ ଆବେଗ(craze) ଓ ସଫଳତାର ପ୍ରତୀକ କୁହାଯାଏ | ପରିଶ୍ରମ ସମସ୍ତେ କରିଥାନ୍ତି କିନ୍ତୁ ପରିଶ୍ରମ ସହିତ ଆବେଗ(craze) ବା ଇଚ୍ଛା ଶକ୍ତି ଓ ନୂଆ ବିଚାର(Idea) ସହିତ ମିଶିଯାଏ, ସେତେବେଳେ ଯାହା ଦେଖିବାକୁ ମିଳେ ତାହା ଦୁନିଆକୁ ଆଚମ୍ବିତ କରିଦିଏ | ଏହି ଶ୍ରେଣୀରେ ଜଣେ ମହାନ ବ୍ୟକ୍ତିର ନାମ ଆସେ ଯିଏ କି ପେ-ପାଲ(Paypal), ଟେସଲା ମୋଟର(Tesla Motors), ସ୍ପେସ-ଏକ୍ସ(SpaceX) ଭଳି ବଡ ବଡ କମ୍ପନିର ପ୍ରତିଷ୍ଠାତା ଇଲନ ମଷ୍କ (Elon Musk) |ଯାହାର ଜିବନି ଆଜିର ଯୁବ ଗୋଷ୍ଠୀ ପାଇଁ ପ୍ରେରଣାଦାୟକ | 2016 ରେ ଫୋରବେଶ(FORBES) ବିଶ୍ୱର ଶକ୍ତିଶାଳୀ ବ୍ୟକ୍ତିଙ୍କ ଭାବରେ ଘୋଷଣା କରିଥିଲା |
ଇଲନ ମଷ୍କ(Elon Musk)ଙ୍କ ସଂଘର୍ଷମୟ ଜୀବନ:
ଇଲନ ମଷ୍କ(Elon Musk)ଙ୍କ ଜନ୍ମ 28 ଜୁନ 1971, ଦକ୍ଷିଣ ଆଫ୍ରିକା(South Africa)ର ପ୍ରିଟୋରିଆ(Pretoria) ସହରରେ ହୋଇଥିଲା | ବାପା ଇରଲ ମଷ୍କ(Erol Musk) ଜଣେ ଇଞ୍ଜିନିୟର ଥିଲେ, ଇଲନ ମଷ୍କ(Elon Musk) ନିଜ ବାପା ମାଙ୍କର 3 ସନ୍ତାନ ମଧ୍ୟରୁ ସବୁଠୁ ବଡ ଥିଲେ | ସେ ପିଲାଦିନ ଦକ୍ଷିଣ ଆଫ୍ରିକାରେ ବିତାଇଥିଲେ | 9 ବର୍ଷ ବୟସରେ ତାଙ୍କୁ ଗୋଟିଏ କଂପୁଟର ମିଳିଥିଲା | ସେଥିରୁ ସେ କଂପୁଟର ପ୍ରୋଗ୍ରାମ(Computer Program) ପ୍ରତି ଦୁର୍ବଳତା ବଢ଼ିଲା ଓ ନିଜେ କଂପୁଟର ପ୍ରୋଗ୍ରାମ(Computer Program) ଶିଖିବା ଆରମ୍ଭ କଲେ | ସେ ତାଙ୍କର ପ୍ରଥମ କଂପୁଟର ଗେମ ବ୍ଳଷ୍ଟର(Blaster) ବନାଇଥିଲେ ଓ ତାକୁ 500 ଡଲାରରେ ବିକ୍ରି କରିଥିଲେ |
ଯେପରି ସବୁ ସଫଳ ବ୍ୟକ୍ତିଙ୍କ ମାର୍ଗରେ କିଛି ନା କିଛି ସଙ୍କଟ ଓ ବାଧା ଆସିଥାଏ, ସେହିପରି ଇଲନ ମଷ୍କ(Elon Musk)ଙ୍କ ଜୀବନରେ ବି ବହୁତ ସଙ୍କଟ ଓ ବାଧା ଆସିଥିଲା ଓ ସେ ସଙ୍ଘର୍ଷ କରି ଆଗକୁ ବାଢ଼ିଥିଲେ | ତାଙ୍କର ପ୍ରଥମ ଘଟଣା ଥିଲା, ସେ ପରିବାରର ଅନିଚ୍ଛା ସତ୍ୱେ ଆମେରିକା ଯିବାକୁ ସ୍ଥିରକଲେ | କିନ୍ତୁ ସେ ପ୍ରଥମେ ଆମେରିକା ଯାଇନଥିଲେ, ସେ 1989ରେ କାନାଡ଼ାରେ ନିଜ ମାଙ୍କ ସମ୍ପର୍କୀୟଙ୍କ ଘରେ ରହି କାନାଡ଼ାର ନାଗରିକତା ହାସଲ କରିଥିଲେ | ପରେ ସେ ମଣ୍ଟ୍ରିଆଲ(Montreal) ଗଲେ ଓ ସେଠାରେ ଅର୍ଥ ଅଭାବରୁ କାମ ଦରମାରେ କାମ କରିଥିଲେ | 19ବର୍ଷ ବୟସରେ ସେ କିଙ୍ଗଷ୍ଟନ ଓଣ୍ଟାରିଓ(Kingston Ontario)ରେ କୁଇନ ବିଶ୍ୱବିଦ୍ୟାଳୟ(Queen university)ରେ ଦୁଇ ବର୍ଷ ଅଧ୍ୟୟନ କରିଥିଲେ |
ସେ 1992 ରେ ଆମେରିକା ଆସିଥିଲେ ଏବଂ ସେ ସେଠାରେ ମାନସିକ ଅବସାଦରେ ଶିକାର ହେଇ ଧର୍ମ ପ୍ରତି ମନ ବଳାଇଥିଲେ | ପରେ ସେ ସବୁଠୁ ବଡ ଶିକ୍ଷା ଡଗଲାସ ଆଡମସ(Douglas Adams)ଙ୍କ ବହି ଦି ହିଚକେରସ ଗାଇଡ ଟୁ ଦି ଗ୍ୟାଲେକ୍ସ(The Hitchhiker’s Guide to The Galaxy)ରୁ ପାଇଥିଲେ | ସେ ଶିଖିଥିଲେ ଯେ ” ସବୁ କଠିନ ପ୍ରଶ୍ନକୁ ସଠିକ ଉତ୍ତର ସହ ନିଜକୁ ସମାଜ ସାମ୍ନାରେ ଉପସ୍ଥିତ କରାଇବା ” , ଯେତେବେଳେ ସେ ଏହି ମାର୍ଗରେ ଗଲେ ସବୁକିଛି ତାଙ୍କୁ ସହଜରେ ମିଳିଗଲା | ଇଲନ ମଷ୍କ(Elon Musk) କହୁଥିଲେ ଯେ, ସେ ଯେତେବେଳେ କଲେଜରେ ଥିଲେ ସେ ଏପରି କାମରେ ଲିପ୍ତ ହେବାକୁ ଚାହୁଁଥିଲେ ଯାହାକି ଦୁନିଆକୁ ବଦଳାଇପାରେ | ତାଙ୍କର ଚିନ୍ତାଧାରଥିଲା ଯେ ସମସ୍ତେ ନିଜ ପ୍ରଶ୍ନର ଉତ୍ତର ପାଇଁ ନିଜ ଚେତନାକୁ ଜାଗ୍ରତ କରିବା ଜରୁରୀ ଅଟେ ଓ ଏହିପରି ଭାବରେ ନିଜର ପ୍ରଶ୍ନର ଉତ୍ତର ଖୋଜୁଥିଲେ | ସେ ଦେଖିଲେ ଯେ, ଇଣ୍ଟରନେଟ ଓ ସ୍ପେସ ଉପନିବେଶକରଣ(Space Colonization) ଦୁନିଆକୁ ଅଧିକ ପ୍ରଭାବିତ କରିପାରିବ | ତେଣୁ ସେ ଏଇ କ୍ଷେତ୍ରରେ ଯିବାକୁ ମନସ୍ତ କଲେ |
ଇଲନ ମଷ୍କ(Elon Musk)ଙ୍କ ଷ୍ଟାର୍ଟ ଅପ(Star Up) ଯାତ୍ରା :
1995ରେ ସେ ଜୀବନର ଦ୍ୱିତୀୟ ନିଷ୍ପତି ନେଲେ, ପେନସିଲଭାନିଆ(Pennsylvania)ରେ ନିଜର ଅଧ୍ୟୟନ ସାରି ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ(Stanford University)ରେ ପ୍ରବେଶ କରାଇଲେ | କିନ୍ତୁ 2 ଦିନ ପରେ ବିଶ୍ୱବିଦ୍ୟାଳୟ ଛାଡି ଦେଇଥିଲେ ଓ ନିଜ ଭାଇ କିମ୍ବଲ ମଷ୍କ(Kimbal Musk) ସହ ମିଶି ଏକ ସଫ୍ଟୱେର(software) କମ୍ପାନି ଜିପ-ଟୁ (ZIP 2) ଆରମ୍ଭ କଲେ | ସେ ଏଠାରେ ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ କରି ଏହିଠାରେ ଶୋଉଥିଲେ ଓ ନିକଟସ୍ଥ ଷ୍ଟାଡ଼ିୟମର ଲକର ରୁମରେ ଗାଧୋଉଥିଲେ | ସେ ଏହିପରି ଭାବରେ ଅର୍ଥ ସଞ୍ଚୟ କରୁଥିଲେ ଓ ପ୍ରଥମ କଠିନ 2 ବର୍ଷ ଏହାକୁ ଚଳାଇଥିଲେ | ସେତେବେଳେ ଇଣ୍ଟରନେଟର ବ୍ୟବହାର ଦ୍ରୁତଗତିରେ ବଢ଼ିବାରେ ଲାଗୁଥିଲା | 1999ରେ ପ୍ରସିଦ୍ଧ ସର୍ଚ୍ଚ-ଇଞ୍ଜିନ(Search Engine) କମ୍ପାନୀ ଆଲଟାବିଷତା(ALTAVISTA) ଏହାକୁ 307ମିଲିୟନ ଡଲାର ($307 M) ଓ 34 ମିଲିୟନ ଡଲାର($34 M) ସୁରକ୍ଷା ଜମା(Security Deposit)ରେ କିଣିଥିଲା |
1999ରେ ସେ ଇଲୋକ୍ଟ୍ରୋନିକ ପେମେଣ୍ଟ(E-Payment) ଉପରେ କାମ କରିବା ଆରମ୍ଭ କରିଥିଲେ ଓ ଏକ୍ସ_ଡଟ_କମ(X.COM)ର ପ୍ରତିଷ୍ଠା କରିଥିଲେ | 2000 ମସିହାରେ ତାଙ୍କର ପ୍ରତିଦ୍ୱନ୍ଦୀ କମ୍ପାନୀ କନଫିନିଟି(CONFINITY) ସହ ମିଶିଯାଇଥିଲେ ଓ 2001 ରେ ଏହାର ନାମ ପରିବର୍ତନ କରି ପେ-ପାଲ(PAYPAL) ରଖିଥିଲେ | ସେ ଏହି କମ୍ପାନୀର ସବୁ ଦାୟିତ୍ୱ ତୁଲାଉଥିଲେ | 2002ରେ ଇ-ବେ(E-BAY) 1.5ବିଲିୟନ ଡଲାର($1.5 B)ରେ କିଣିଥିଲେ ଓ ଏଥିରେ ଇଲନ ମଷ୍କ(Elon Musk)ଙ୍କ 11% ଅଂଶ(Share) ଥିଲା |
ପେ-ପାଲ(PAYPAL) ପରେ ତାଙ୍କର ଅନ୍ତରୀକ୍ଷ ଯାନ ଉପରେ କାମ କରିବାକୁ ଇଚ୍ଛା ଥିଲା କିନ୍ତୁ ତାଙ୍କୁ ଏହି ଉପରେ କିଛି ବି ଜ୍ଞାନ କିମ୍ବା ଡିଗ୍ରୀ ନଥିଲା | କିନ୍ତୁ ନିଜର ଇଚ୍ଛାଶକ୍ତି ଓ ପରିଶ୍ରମ ବଳରେ ସେ ଏହି ଜ୍ଞାନକୁ ମଧ୍ୟ ଅର୍ଜନ କରିଥିଲେ ଓ ନିଜର ତୃତୀୟ କମ୍ପାନୀ ସ୍ପେସ-ଏକ୍ସ(SPACE-X)ର ପ୍ରତିଷ୍ଠା କଲେ, ଯାହାର ଲକ୍ଷ ଥିଲା ବେସାମରିକ ମହାକାଶ ଯାନ ନିର୍ମାଣ କରିବା ଓ ମଙ୍ଗଳ ଗ୍ରହରେ ମାନବ ବସ୍ତି ସ୍ଥାପନ କରିବା | କିନ୍ତୁ ଏତେ ବଡ ପ୍ରକଳ୍ପ(Project) ପାଇଁ ବହୁତ ଅର୍ଥର ଆବଶ୍ୟକ ଥିଲା | ତେଣୁ ସେ ରୁଷୀୟ ମହାସଂଘ(Russian Federation)କୁ ନିଜର ପ୍ରକଳ୍ପ ବିଷୟରେ କହିଥିଲେ କିନ୍ତୁ ସେ ଅର୍ଥ ଦେବାକୁ ମନାକରିଦେଇଥିଲା | ପରେ ସେ ପୁନ୍ହାଉପଯୋଗକାରୀ ଅନ୍ତରୀକ୍ଷ ଯାନ(Re-usable Rocket) ନିର୍ମାଣରେ ଇଚ୍ଛା ପ୍ରକାଶ କରିଥିଲେ ଓ ସେ ଏହାର ସରଞ୍ଚନା(Design) ଓ ନିର୍ମାଣ କାମ ଆରମ୍ଭ କରିଥିଲେ | ତାଙ୍କର ଲକ୍ଷ ଥିଲା କିପରି କାମ ଖର୍ଚ୍ଚରେ ପୁନ୍ହାଉପଯୋଗକାରୀ ଅନ୍ତରୀକ୍ଷ ଯାନ(Re-usable Rocket) ନିର୍ମାଣ କରିବା | 2000 ମସିହାରେ ତାଙ୍କର ପ୍ରଥମ ଅନ୍ତରୀକ୍ଷ ଯାନ ପରୀକ୍ଷା କରାଯାଇଥିଲା କିନ୍ତୁ କୌଣସି ଯାନ୍ତ୍ରିକ ତ୍ରୁଟି ପାଇଁ ଏହା ନଷ୍ଟ ହୋଇଯାଇଥିଲା | ପରେ ଦ୍ୱିତୀୟ ଓ ତୃତୀୟ ପରୀକ୍ଷା ବି ଅସଫଳ ହୋଇଥିଲା ଏବଂ 28 ସେପ୍ଟେମ୍ବର 2008 ଚତୁର୍ଥ ପରୀକ୍ଷାରେ ସଫଳ ହୋଇଥିଲେ | ଏହାର ସଫଳତା ଦେଖି NASA ଏହି କମ୍ପାନୀ ରେ $1.6 B ନିବେଶ କରିଥିଲା | 2004 ମସିହାରେ ଟେସଲା ମୋଟରସ(TESLA MOTORS) ଆରମ୍ଭ କରିଥିଲେ ଓ ଏଥିରେ 70 ମିଲିୟନ ଡଲାର($70 M) ନିବେଶ କରିଥିଲେ | ସେ ଏଥିରେ ଇଲେକ୍ଟ୍ରୋନିକ କାର ଉପରେ ଧ୍ୟାନ ଦେଉଥିଲେ | 2006 ରେ ନିଜ ସମ୍ପର୍କୀୟଙ୍କ ସୌରଶକ୍ତି କମ୍ପାନୀ ସୋଲାର ସିଟି(SOLAR CITY)ରେ ନିବେଶ କରିଥିଲେ ଓ 2013 ରେ ଏହା ଆମେରିକାର ଦ୍ୱିତୀୟ ବୃହତ୍ତମ ସୌରଶକ୍ତି କମ୍ପାନୀ ହେଇଥିଲା | ଡ଼ିସେମ୍ବର 2015 ରେ ଏହା କୃତିମ ବୁଦ୍ଧି(Artificial Intelligence) କମ୍ପାନୀ ଓପେନ ଏ.ଆଇ.(Open AI) ଆରମ୍ଭ କରିଥିଲେ, ଏହାକୁ ସେ କୃତିମ ବୁଦ୍ଧି(Artificial Intelligence)ର ଉନ୍ନତ୍ତ ଓ ସୁରକ୍ଷିତ କରିବାପାଇଁ ପ୍ରତିଷ୍ଠା କରିଥିଲେ | 2016 ରେ ନିୟୁର ଲିଙ୍କ(Neuro Link) କମ୍ପାନୀର ସହପ୍ରତିଷ୍ଠାତା ହେଲେ, ଏହି କମ୍ପାନୀ ରୋବଟ ଓ ମସ୍ତିସ୍କକୁ ଯୋଡିବା କାମ କରୁଥିଲା | ପରେ ସେ ହାଇପାରଲୁପ(Hyperloop) ପାଇଁ ବି ନିବେଶ କରିଛନ୍ତି ଯାହା ଦୁନିଆର ଯାତାୟାତର ଚିନ୍ତାଧାରାକୁ ବଦଳାଇଦେବା | ସେ ଏହିପରି ଦୁନିଆକୁ ବଦଳାଇଦେବା ପରି ଚିନ୍ତାଧାରାରେ କାମକରି ଥାନ୍ତି |
ତାଙ୍କ ମତରେ ଦୁନିଆରେ ଏମିତି ବହୁତ କିଛି ଅଛି ଯାହା ଦୁନିଆକୁ ବଦଳାଇଦେଇପାରେ |
ତାଙ୍କ ମତରେ ଦୁନିଆରେ ଏମିତି ବହୁତ କିଛି ଅଛି ଯାହା ଦୁନିଆକୁ ବଦଳାଇଦେଇପାରେ |