![]() |
ମୁଖ୍ୟତଃ ଭୁତାଣୁ(Virus) ଜନିତ ରୋଗର ଲକ୍ଷଣ ସାଧାରଣ ହୋଇଥାଏ ଓ ପରେ ଏହା ଭୟଙ୍କର ରୂପ ନେଇଥାଏ | ସେହିପରି କୋରାନା ଭୁତାଣୁ(Corona Virus)ର ବି ଲକ୍ଷଣ ସେହିପରି, 87.9% ଲୋକଙ୍କ ସାଧାରଣ ଜ୍ଵର (fever) ଲକ୍ଷଣ ଦେଖା ଦେଇଥିଲା ସେହିପରି..
ଭୁତାଣୁ(Virus) କିପରି ସଂକ୍ରମଣ କରିଥାଏ:
ପ୍ରାଥମେ ଆପଣ ସବୁ କିଛି ଜାଣିବା ଦରକାର, କାହିଁକିନା ଆପଣ ଏପରି ରୋଗ ବିଷୟରେ ସବୁକିଛି ବୁଝିପାରିବେ | ଆପଣଙ୍କ ଶରୀରରେ ଦୁଇ ପ୍ରକାରର ସଂକ୍ରାମକ ରୋଗ ହୋଇଥାଏ, ଯାହାକୁ ଆମେ ଜୀବାଣୁ ଜନିତ ରୋଗ (Bacterial Disease) ଓ ଭୁତାଣୁ ଜନିତ ରୋଗ (Viral Disease) କହିଥାଉ | ଜୀବାଣୁ ଜନିତ ରୋଗ(Bacterial Disease) ତଥା, ଗଳା ଖରାପ (strep throats), କାନ ସଂକ୍ରମଣ (Ear Inflection), ମୂତ୍ରାଶୟ ସଂକ୍ରମଣ (Urinary Tract inflection) ଇତ୍ୟାଦି. ଭୁତାଣୁ ଜନିତ ରୋଗ (Viral Disease) ଯାହାକି ସାଧାରଣ ଥଣ୍ଡା (common Cold ), ସ୍ୱାଇନ ଫ୍ଲୁ (Influenza), ହାଡଫୁଟି (Chicken Pox), ଏଚ.ଆଇ.ଭି (HIV), କୋରାନା ଭୁତାଣୁ (Corona Virus) ଇତ୍ୟାଦି | ଜୀବାଣୁ ଜନିତ ରୋଗର (Bacterial Disease) ଚିକିତ୍ସା ପ୍ରଣାଳୀ ଓ ଔଷଧ ବାହାରିସାରିଛି, ଏହାକୁ ଆଣ୍ଟିବାୟୋଟିକ୍(antibiotic) ଦ୍ଵାରା ଜୀବାଣୁକୁ ନଷ୍ଟ କରିଦିଆଯାଏ | କିନ୍ତୁ ଭୁତାଣୁ ଜନିତ ରୋଗ(Viral Disease)ର କୌଣସି ନିର୍ଦ୍ଧିଷ୍ଟ ଚିକିତ୍ସା ପ୍ରଣାଳୀ ଓ ଔଷଧ ନାହିଁ, ଏହା କେବଳ ଚିକତ୍ସା (Treatment ) ଦ୍ଵାରା ରୋଗୀକୁ ସୁସ୍ଥ କରାଯାଏ, ଅର୍ଥାତ ଭୁତାଣୁ ଆକ୍ରମଣ ଓ ସଂକ୍ରମଣରୁ ରୋକାଯାଏ ଏବଂ ରୋଗୀ ଧୀରେ ଧୀରେ ସୁସ୍ଥ ହୋଇଥାଏ |
ଭୁତାଣୁ(Virus) କିପରି ବୃଦ୍ଧି ହୋଇଥାଏ ବା ବଂଶବିସ୍ତାର କରିଥାଏ:
